ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ କୃଷଜ କଲ୍ୟାଣ ମଞ୍ଚ
ଜୟପୁର,, 25 ଜୁନ୍ (ହି.ସ.)ସମସ୍ତ ରବିଧାନ ଜୁନ ୩୦ ପୂର୍ବରୁ କିଣାଯିବା ସହିତ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ମିଥ୍ୟା ତଥ୍ୟ ପ୍ରଦାନ କରାଯାଉଥିବା ନେଇ କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରବି ରୁତୁରେ ଜିଲ୍ଲାରେ ଆଜି ସୁଦ୍ଧା ୯୨୭୩ ଚାଷୀଙ୍କ ୮,୪୮,୭୦୭.୧୦
ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ କୃଷଜ କଲ୍ୟାଣ ମଞ୍ଚ


ଜୟପୁର,, 25 ଜୁନ୍ (ହି.ସ.)ସମସ୍ତ ରବିଧାନ ଜୁନ ୩୦ ପୂର୍ବରୁ କିଣାଯିବା ସହିତ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ମିଥ୍ୟା ତଥ୍ୟ ପ୍ରଦାନ କରାଯାଉଥିବା ନେଇ କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରବି ରୁତୁରେ ଜିଲ୍ଲାରେ ଆଜି ସୁଦ୍ଧା ୯୨୭୩ ଚାଷୀଙ୍କ ୮,୪୮,୭୦୭.୧୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ତଥ୍ୟ ଫୁଡ ଓଡିଶାରେ ପ୍ରଦର୍ଶିତ ହେଉଛି। ଯାହାକି ଭ୍ରମାତ୍ମକ ଓ ସ˚ପୂର୍ଣ୍ଣ ମିଥ୍ୟା ତଥ୍ୟ ଅଟେ। ଜିଲ୍ଲାରେ ୧୬୩୦୭ ଚାଷୀ ପଞ୍ଜିକୃତ କରିଥିଲେ ସୁଦ୍ଧା ସରକାରୀ ତଥ୍ୟ ମୂତାବକ ୭୦୦୦ ଚାଷୀ ଧାନ ବିକ୍ରୀ କରିପାରିନଥିବା ବେଳେ ଜିଲ୍ଲାକୁ ମିଳିଥିବା ଟାର୍ଗେଟ ୯୦ ଭାଗରୁ ଉର୍ଦ୍ଧ ଧାନ କିଣା ଟାର୍ଗେଟ କିପରି ପୁରଣ ହୋଇଗଲା ଏହା ଚାଷୀଙ୍କୁ ସନ୍ଦେହ ଘେରରେ ପକାଉଛି। ବର୍ତ୍ତମାନ ୫ଦିନ ମଧ୍ୟରେ ୭ହଜାର ଚାଷୀଙ୍କ ଧାନ କିପରି କିଣାଯିବ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ମେ ୫ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମେ ୨୦ ତାରିଖରେ ପରବର୍ତ୍ତି ସମୟରେ ଡିଏଲପିସି ବୈଠକରେ ମେ-୨୫ ରେ ଓ ପରେ ମେ -୨୯ତାରିଖରେ ଦାବୀପତ୍ର ପ୍ରଦାନ କରାଯାଇଥିଲେ ସୁଦ୍ଧା ଜୁନ ୫ ତାରିଖରେ ମଣ୍ତି ଆରମ୍ଭ କରିବାକୁ ଡିଆରସିଏସ ତାରିଖ ମେ ୨୬ ରେ ଚିଠି କରିଥିଲେ ସୁଦ୍ଧା ପ୍ରକୃତ ଧାନ ଉଠିବା ଜୁନ ୧୦ ତାରିଖରେ ଆରମ୍ଭ ହୋଇଥିଲା। ପରବର୍ତ୍ତି ସମୟରେ ମିଲର ଏଗ୍ରିମେଣ୍ଟ ମିଲରଙ୍କ ମନମାନି କଟନି ଛଟନି ଆବଶ୍ୟକ ଗାଡିର ଅଭାବ ବର୍ଷା ଶ୍ରମିକ ଅଭାବ ବିଶେଷକରି ମାସ ଅଭାବ ଯୋଗୁଁ ଅଧାଦିନ ଧାନ କ୍ରୟ କରାଯାଇ ପାରିନାହିଁ। ଏପରିକି ଆଜି ପର୍ଯ୍ୟନ୍ତ ବହୁ ମଣ୍ତିରେ ଜୁନ ୨ ରୁ ଟୋକେନ ଆସିଥିଲେ ସୁଦ୍ଧା କ୍ରୟ କରାଯାଇ ପାରିନହି। ମାସ ଅଭାବରୁ ଗାଡି ଗୁଡିକ ୫ରୁ ୭ ଦିନ ଧରି ଠିଆ ହୋଇ ରହୁଛି । ଜୁନ ୩୦ ଶେଷ ତାରିଖ ହୋଇଥିବାରୁ ବର୍ତ୍ତମାନ ଚାଷୀ ଆତଙ୍କିତ ହୋଇପଡିଛନ୍ତି। ମଣ୍ତିରେ ଦଲାଲ ଓ ମିଲରଙ୍କ ପ୍ରତିନିଧି ୭୦ ପ୍ରତିଶତ ଧାନ ଓ ୩୦ ପ୍ରତିଶତ କାଗଜ ନଦେଇ ଧାନ ଉଠାଇବୁ ନାହିଁ କହି ଚାଷୀଙ୍କ ଧାନ ଉଠାଉ ନାହାନ୍ତି।

ବର୍ତ୍ତମାନ ମିଲର ଆବଶ୍ୟକ ପଠାଉନଥିବାରୁ ଚାଷୀ ଟ୍ରକ ୟୁନିଅନ ରୁ ୫ରୁ ୧୦ ହଜାର ଦେଇ ଟ୍ରକ ଆଣୁଛନ୍ତି ଏବ˚ ପର୍ଚି କାଟିବାକୁ ଅଲଗା ୧ ହଜାର ଦେବାକୁ ପଡୁଥିବା ସ୍ଥଳେ ହେଣ୍ତେଲିଙ୍ଗ ଚାର୍ଜ ଖାଲିଅଖା ମାମୁଲି ଚାଷୀଙ୍କୁ ଦେବା ସହିତ ୫ରୁ ୧୦ କିଲୋ ଅଧିକ ଧାନ କ୍ବିଣ୍ଟାଲ ପ୍ରତି ଦେବାକୁ ପଡୁଛି। ବର୍ତ୍ତମାନ ୭ହଜାରରୁ ଯେଉଁ ଉର୍ଦ୍ଧ ଚାଷି ଧାନ ବିକ୍ରି କରିପାରିନାହାନ୍ତି ସେମାନେ ନାମମାତ୍ର ଓ ଛୋଟ ମଧ୍ୟମ ଚାଷି ଅଟନ୍ତି ସେମାନେ ମଣ୍ତିରେ ଧାନ ବିକ୍ରି କରି ନ ପାରିଲେ ଜୁନ ୩୦ ତାରିଖ ପରେ କ୍ବିଣ୍ଟାଲ ପିଛା ୧୫୦୦ ରୁ ୧୮୦୦ ମଧ୍ୟରେ ବିକ୍ରି କରିବାକୁ ବାଧ୍ୟ ହୋଇ ଅଭାବି ବିକ୍ରିର ଶିକାର ହେବେ। ବର୍ତ୍ତମାନ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇ ଯାଇଥି ବଆରୁ ଜିଲ୍ଲାରେ ଥିବା ସମସ୍ତ ମଣ୍ତିରୁ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଧାନ ଉଠାଇବାର ବ୍ୟବସ୍ଥା କରାଯିବା ସହିତ ଜୟପୁର ଟ୍ରକ ୟୁନିଅନ ଓ ବାହ ର ଜିଲ୍ଲରୁ ଆସୁଥିବା ଟ୍ରକ ଗୁଡିକ ୫ରୁ ୧୧ ହଜାର ଟଙ୍କା ନେଉଛନ୍ତି ତାହାର ବିହିତ ପଦକ୍ଷେପ ଗ୍ରହଣ ପୂର୍ବକ ବିଗତ ଖରିଫ ମଣ୍ତିରେ ଚାଷୀ ବିକ୍ରି କରିଥିବା ଧାନର ଖାଲି ଅଖା ପଇସା ଓ ହେଣ୍ତେଲିଙ୍ଗ ଚାର୍ଜ ଚାଷୀଙ୍କୁ ପ୍ରଦାନ କରାଗଲେ ଜିଲ୍ଲାର ଚାଷୀ କୁଳ ଉପକ୍ଜୃତ ହୁଅନ୍ତେ ନଚେତ ଆଗାମୀ ଦିନରେ ଜିଲ୍ଲାରେ ଏକ ବଡ୍‌ ଧରଣର ଚାଷୀ ଆନ୍ଦୋଳନ ହେବ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande