ଜୟପୁର, ୧୨ ଜୁନ୍ (ହି.ସ.) - ଜୟପୁର ଅଗ୍ନିଶମ କେନ୍ଦ୍ର ତରଫରୁ ଆଜି ସଚେତନତା ମକ୍?ଡ୍ରିଲ କରାଯାଇଛି । ଜୟପୁର ହାଟପଦା ନିକଟ ସିନେପ୍ଲେକ୍ସ ରେ ସଚେତନତା କରାଯାଇଛି । ସହକାରି ଅଗ୍ନିଶମ ଅଧିକାରି ସୁରେଶ କୁମାର ବାରିକଙ୍କ ନେତୃତ୍ୱରେ କେନ୍ଦ୍ରର କର୍ମଚାରି ମାନେ ତାଲିମ ପ୍ରଦାନ କରିଥିଲେ । ଦିନ ୧୨ ରେ ଆରମ୍ଭ କରାଯାଇ ଅପରାହ୍ନ ୨ ଟା ୩୦ ମିନିଟ ରେ ଏହି ସଚେତନତା କାଯ୍ୟକ୍ରମ ଶେଷ କରାଯାଇଥିଲା । ନିଆଁ ଲିଭା ଯନ୍ତ୍ରର ବ୍ୟବହାର, କାର୍ଯ୍ୟକାରିତା ଏବଂ ସୁରକ୍ଷା ଉପରେ ମକଡ୍ରିଲ ସହ ସଚେତନତା କରାଯାଇଛି । ଫିଲମ ହଲରେ ଅଗ୍ନି କାଣ୍ଡ ଘଟିଲେ କିପରି ନିଆଁକୁ ଆୟତ କରାଯିବ ଦର୍ଶକଙ୍କୁ ଓ କର୍ମଚାରିଙ୍କୁ କିପରି ସୁରକ୍ଷା ସହ ବାହାର କରାଯାଇ ପାରିବ ସେ ନେଇ ସଚେତନ କରାଯାଇଥିଲା। ନିଆଁ ଲାଗିଲେ କିପରି ମୁକାବୁଲା କରାଯାଇ ପାରିବ, ପ୍ରାକୃତିକ ବିପଯ୍ୟୟ ସମୟରେ ସୁରକ୍ଷିତ ଭାବରେ ଉଦ୍ଧାର କିପରି କରାଯାଇ ପାରିବ ତାର କଳା କୌଶଳ, ରାସ୍ତା ଦୁର୍ଘଟଣା ସମୟରେ ବିପଦରେ ପଡିଥିବା ବ୍ୟକ୍ତି ଙ୍କୁ କପିରି ଉଦ୍ଧାର କରାଯିବ, ଧୁଆଁ କିମ୍ବା ବିଷାକ୍ତ ବାଷ୍ପ ଥିବା ଅଂଚଳର ବିଏସେଟ ବ୍ୟବହାର କରାଯିବ, ଭୟଙ୍କର ଅଗ୍ନିକାଣ୍ଡ ଘଟିଲେ କିପରି ରବୋଟି ଫାୟାର ଫାଇଟିଙ୍ଗ ଦ୍ୱାରା ନିଆଁକୁ ଆୟତ କରାଯିବ ସେ ନେଇ ମକ୍ଡ୍ରିଲ ମାଧ୍ୟମରେ ସଚେତନତା କରାଯାଇଛି । ଏଠାରେ ଫିଲମ ହଲର ୪୫ ଜଣ କର୍ମଚାରି ମାନଙ୍କୁ ସଚେତନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି