ପିତ୍ତଳ ହସ୍ପିଟାଲରେ ଆୟୁଷ୍ମାନ ଆରୋଗ୍ୟ ଶିବିର
ଗଂଜାମ, 12 ଜୁନ୍ (ହି.ସ.) ଶେରଗଡ଼ ବ୍ଲକର ପିତଳ ନୂତନ‌ ପ୍ରାଥମିକ‌‌ ସ୍ବାସ୍ଥ୍ୟ ‌କେନ୍ଦ୍ରରେ‌ ଆୟୁଷ୍ମାନ‌ ଆରୋଗ୍ୟ ଶିବିର‌ ଅନୁଷ୍ଠିତ‌ ହୋଇଯାଇଛି। ଡାକ୍ତର ମାନସ ରଞ୍ଜନ ‌ଵିଶୋଇ ଶିବିରକୁ ପରିଚାଳନା କରିଛନ୍ତି। ଶିବିରରେ ଆୟୁଷ ଡାକ୍ତର ଦେବାଶି ଶତପଥୀ ଫାର୍ମାସୀ ଅଧିକାରୀ‌ ଵସନ୍ତ କୁମାର ସୁବୁଦ୍ଧି
ପିତ୍ତଳ ହସ୍ପିଟାଲରେ ଆୟୁଷ୍ମାନ ଆରୋଗ୍ୟ ଶିବିର


ଗଂଜାମ, 12 ଜୁନ୍ (ହି.ସ.)

ଶେରଗଡ଼ ବ୍ଲକର ପିତଳ ନୂତନ‌ ପ୍ରାଥମିକ‌‌ ସ୍ବାସ୍ଥ୍ୟ ‌କେନ୍ଦ୍ରରେ‌ ଆୟୁଷ୍ମାନ‌ ଆରୋଗ୍ୟ ଶିବିର‌ ଅନୁଷ୍ଠିତ‌ ହୋଇଯାଇଛି। ଡାକ୍ତର ମାନସ ରଞ୍ଜନ ‌ଵିଶୋଇ ଶିବିରକୁ ପରିଚାଳନା କରିଛନ୍ତି। ଶିବିରରେ ଆୟୁଷ ଡାକ୍ତର ଦେବାଶି ଶତପଥୀ ଫାର୍ମାସୀ ଅଧିକାରୀ‌ ଵସନ୍ତ କୁମାର ସୁବୁଦ୍ଧି

‌‌ଏଲ ଟି‌ ପ୍ରତିଞ୍ଜା ସାହୁ, ହସ୍ପିଟାଲ କର୍ମଚାରୀ ପଞ୍ଚାନନ ଗଉଡ, ଶରତଚନ୍ଦ୍ର ପଟ୍ଟନାୟକ ଓ ରୋହିତ କୁମାର ନାୟକ ପ୍ରମୁଖ ଶିବିରରେ ସହଯୋଗ କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ ଡାକ୍ତର ‌ହୃଷୀକେଶ‌ ମହାନ୍ତି ଅତିଥି ରୂପେ ଯୋଗଦେଇ ଥିଲେ। ଶତାଧିକ ରୋଗୀଙ୍କୁ ଚିକିତ୍ସା କରାଯାଇ‌ ମାଗଣାରେ ଔଷଧ ଵଣ୍ଟନ କରାଯାଇଛି। ରୋଗୀଙ୍କୁ ଡାକ୍ତରଖାନା ପ୍ରତି‌ ଆଗ୍ରହ‌ମୁଖୀ‌ କରିଵା ପାଇ ଔଷଧ ସହ ବିସ୍କୁଟ ପକେଟ ପାଣିବୋତଲ ପ୍ରଦାନ କରାଯାଇଥିଲା। ପରିଶେଷରେ ଲେଵରଟୋରୀ‌ ଟେକନସିଏନ ପ୍ରତିଜ୍ଞା ସାହୁଙ୍କ ଜନ୍ମଦିନ ଅଵସରେ‌ ହସପିଟାଲ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇ ମିଠା ଖୁଆଇ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande