ଭୁବନେଶ୍ୱର, 12 ଜୁନ୍ (ହି.ସ.)- ଆଜି ହେଉଛି ବିଶ୍ୱ
ଶିଶୁ ଶ୍ରମିକ ନିରୋଧ ଦିବସ । ଏହି ଅବସରରେ ଶିଶୁ ଶ୍ରମିକ ପ୍ରଥାକୁ ସମାପ୍ତ କରିବା ପାଇଁ
ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସରେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଶୁମାନେ ହିଁ ଆମର ଭବିଷ୍ୟତ ଏବଂ ଏକ ବିକଶିତ
ଦେଶର ମୂଳଦୁଆ। ଓଡ଼ିଶାରେ ଶିଶୁ ଶ୍ରମିକ ଭଳି କୁପ୍ରଥାକୁ ଦୂର କରି ସବୁ ଶିଶୁଙ୍କୁ ଉପଯୁକ୍ତ
ଶିକ୍ଷା ଓ ସାଧନ ପ୍ରଦାନ କରିବା ପାଇଁ ଆମ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସ୍କୁଲ ଡ୍ରପ
ଆଉଟ ହାର ହ୍ରାସ କରିବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଓ ଛାତ୍ରଛାତ୍ରୀଙ୍କ ଉତ୍ତମ
ପୁଷ୍ଟି ସୁନିଶ୍ଚିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପରି କାର୍ଯ୍ୟକ୍ରମମାନ ଆରମ୍ଭ
କରାଯାଇଛି । ଆଜି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ଆସନ୍ତୁ ସମସ୍ତେ ଶିଶୁ ଶ୍ରମିକ
ପ୍ରଥାକୁ ସମାପ୍ତ କରିବା ସହ ସେମାନଙ୍କ ବିକାଶ ଓ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଶପଥ ନେବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା