ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ଓଡ଼ିଶାରେ ବିଜେପି ସରକାରଙ୍କ ଗୋଟିଏ ବର୍ଷ ପୂରଣ କରିବା ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ବର୍ଷ ଏକ ପ୍ରତାରଣା ଅନେକ। ସରକାର ରାଜ୍ୟରେ ଦୁର୍ନୀତି ଶୂନ୍ୟ ବୋଲି କହୁଥିଲେ ହେଲେ ଦୁର୍ନୀତି ଏବେ ସୀମା ଲଙ୍ଘି ସାରିଛି। ଇଡିର ବଡ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି, ରାଜ୍ୟ ସରକାର ଙ୍କ ବଡ ବଡ ସରକାରୀ ଅଧିକାରୀ ଗିରଫ ହେଉଛନ୍ତି।
ବିଜେଡି ସମୟରେ ଧାନର କିଣା ବିକାରେ କଟନୀ ଛଟନୀ ବିଜେପି ସରକାରରେ ଆହୁରି ବଢିଛି। ଏହି ଅର୍ଥ ସଚିବାଳୟ ଠାରୁ ଆରମ୍ଭ କରି ମନ୍ତ୍ରୀ ମଣ୍ଡଳ ପର୍ଯ୍ୟନ୍ତ ଯାଉଛି। ଏଇଟା କଣ ଦୁର୍ନୀତି ମୁକ୍ତ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ।
ସେହିପରି ସବୁ ଜିଲ୍ଲାରେ ମେଡିକାଲ କଲେଜ କାର୍ଯ୍ୟ ଅଧାରେ ଅଟକିଛି। ଚିଟଫଣ୍ଡ ଜମାକାରୀଙ୍କ ଅର୍ଥ ମିଳିପାରିନାହିଁ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିଲା ନାହିଁ। ବର୍ଷକୁ ୨ ଟି କିସ୍ତିରେ ୫ ହଜାର ଟଙ୍କା ମିଳୁଛି। ଦିନକୁ ୨୭ ଟଙ୍କା ପଡୁଛି। ଏହା କଣ ପ୍ରତାରଣା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ସରକାର ସୁଭଦ୍ରା ଯୋଜନା କଥା କହୁଛନ୍ତି କିନ୍ତୁ ରାଜ୍ୟରେ ଅନେକ ସୁଭଦ୍ରା ଭଉଣୀ ଗଣବଳାତ୍କାରର ଶିକାର ହୋଇଛନ୍ତି। ନାବାକିଳା ଛାତ୍ରୀ ଗର୍ଭବତୀ ହେଉଛନ୍ତି। ଏହା କଣ ନାରୀଙ୍କୁ ସମ୍ମାନ କି?
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା