ମାଲକାନଗିରି, ୧୩ ଜୁନ୍ (ହି.ସ.)
ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ସଫଳତାର ତାଲିକା ଦିଆଯାଇଛି। ଓଡ଼ିଶା ସରକାର ବର୍ଷକ ମଧ୍ୟରେ କରିଥିବା କାମ ଏବଂ କେନ୍ଦ୍ର ସରକାର ୧୧ ବର୍ଷରେ ଦେଶର ବିକାଶରେ କେଉଁ ଭଳି କାମ କରିଛନ୍ତି ତାହାକୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ବର୍ଣ୍ଣନା କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସଂପର୍କରେ ବିସ୍ତୃତ ଭାବେ
ବୁଝାଇଥିଲେ । ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ଯୋଜନାର ପ୍ରଭାବ ଏବଂ ଭବିଷ୍ୟତର ଲକ୍ଷ୍ୟ ଉପରେ କହିଵା ସହ ଜନତାଙ୍କ ମତାମତ ଆଧାରରେ ସ୍ଥାନୀୟ ବିକାଶକୁ ସୁଦୃଢ଼ କରିବା ମୂଳ ଲକ୍ଷ୍ୟ ବୋଲି କହିଥିଲେ। କେନ୍ଦ୍ର ସରକାର ୧୧ବର୍ଷରେ କିପରି ଦେଶକୁ ଆଗକୁ ନେଇଛନ୍ତି ତାହାର ଗୋଟି ଗୋଟି କରି ହିସାବ ଦେଇଥିଲେ | ଶିଶୁ, ଯୁବକ, ମହିଳା, ବୃଦ୍ଧ, କୃଷକ, ଶ୍ରମିକ ଭଳି ସମସ୍ତ ବର୍ଗଙ୍କୁ କିପରି କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିଆସୁଛନ୍ତି ତାହାର ବିସ୍ତୃତ ରିପୋର୍ଟ ପ୍ରଦାନକରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନେତୃତ୍ବରେ କିପରି ଭାରତ ଓ ଓଡ଼ିଶା ସମୃଦ୍ଧ ହୋଇପାରିବ ସେନେଇ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ। ମୋଦୀ ଥିଲେ ସବୁ ସମ୍ଭବ ବୋଲି ସାଂସଦ ଶ୍ରୀ ମାଝି କହିଥିଲେ। ଅପରେସନ ସିନ୍ଦୂର ଉପରେ ମଧ୍ୟ ବିଧାୟକ ଓ ସାଂସଦ ମତ ରଖିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡା, ମାଲକାନଗିରି ଜିଲ୍ଲା ପ୍ରଭାରୀ ପୂର୍ଣ୍ଣିମା ନାୟକ ଉପସ୍ଥିତ ଥିଲେ |
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ