ରୋଗରେ ପୀଡିତ ସୁରେଶ ଚନ୍ଦ୍ର ନାୟକଙ୍କୁ ସହାୟତାର ହାତ ବଢ଼କଇଲେ ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକ
ମାଲକାନଗିରି, ୧୩ ଜୁନ୍ (ହି.ସ.) ମାଲକାନଗିରି ସହର ବଣ୍ଡାବାକୁଲି ସାହି ନିବାସୀ ସୁରେଶ ଚନ୍ଦ୍ର ନାୟକ ଖାଦ୍ୟ ନଳୀସଂକ୍ରମଣ ରୋଗ ରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ପାଇ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ଏବଂ କାଉନ ସିଲ
ରୋଗରେ ପୀଡିତ ସୁରେଶ ଚନ୍ଦ୍ର ନାୟକ ଙ୍କୁ ସହାୟତା ର ହାତ ବଢ଼େଇଲେ ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକ


ମାଲକାନଗିରି, ୧୩ ଜୁନ୍ (ହି.ସ.)

ମାଲକାନଗିରି ସହର ବଣ୍ଡାବାକୁଲି ସାହି ନିବାସୀ ସୁରେଶ ଚନ୍ଦ୍ର ନାୟକ ଖାଦ୍ୟ ନଳୀସଂକ୍ରମଣ ରୋଗ ରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ପାଇ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ଏବଂ କାଉନ ସିଲର ରାଜୁ ଶିସା ରୋଗରେ ପୀଡିତ ସୁରେଶ ଚନ୍ଦ୍ର ନାୟକ ଙ୍କ ମାତା ପିତାଙ୍କ ପାଖରେ ପହଞ୍ଚି ସହାୟତା ର ହାତ ବଢ଼ାଇବା ସହ ସୁରେଶ ଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ୧୫ ହଜାର ଟଙ୍କା ଅର୍ଥ ରାଶି ସୁରେଶ ଙ୍କ ମାତାପିତା ଙ୍କୁ ପୂର୍ବତ୍ତନ ଜିଲ୍ଲା ପରିଷଦ ସଭ୍ୟା ପ୍ରଶାନ୍ତିଲତା ବିଶୋଇ ,ବିଜେଡି ମାଲକାନଗିରି ବ୍ଲକ ସଭାପତି ସର୍ବ ବିଶୋଇ ,ଦେବେନ୍ଦ୍ର କୁମାର ନାୟକ ଏବଂ ଝାନ୍ସି ରାଣୀ ନାୟକ ଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ଏଥିରେ ରୋଗରେ ପୀଡିତ ସୁରେଶ ଚନ୍ଦ୍ର ନାୟକଙ୍କ ମାତା ପିତା ପୌର ଅଧ୍ୟକ୍ଷ ଙ୍କୁ ସାଧୁବାଦ ଜଣାଇବା ସହ ଆମ ପାଇଁ ଆପଣ ଭଗବାନ ସଦୃଶ ହୋଇ ଠିଆ ହେଲେ । ସୁରେଶ ଚନ୍ଦ୍ର ନାୟକ ଖାଦ୍ୟ ନଳୀ ରୋଗ ରେ ଆକ୍ରାନ୍ତ ହୋଇ ଥିବାରୁ ତାହାର ଅସ୍ତ୍ରୋପଚାର ପାଇଁ ବହୁତ ଅର୍ଥ ଦରକାର ପଡ଼ୁଥିବାରୁ ସୁରେଶ ଙ୍କ ମାତା ପିତା ମାଲକାନଗିରି ଜନ ସାଧାରଣ ଙ୍କୁକିଛି ଅର୍ଥ ରାଶି ସାହାଯ୍ୟ ନିମନ୍ତେ ଅନୁରୋଧ କରିଛନ୍ତି । ଯଦି କେହି ସହହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାଉଛନ୍ତି ତେବେ ଏହି ଫୋନ ପେନମ୍ବର -୮୭୬୩୨୯୧୦୨୬ରେ

ଯୋଗ ଯୋଗ କରି ସାହାଯ୍ୟ ଓ ସହଯୋଗ କରିବା ନିମନ୍ତେ ପୌର ପରିଷଦ ଅଧକ୍ଷ ମନୋଜ ବାରିକ ଜଣାଇଛନ୍ତି!

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande