ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ସଭା ଓ ଦାବିପତ୍ର ପ୍ରଦାନ
ବଲାଙ୍ଗିର, 13 ଜୁନ୍ (ହି.ସ.) ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଆଂଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭା ଗତକାଲି ଅନୁଷ୍ଠିତ କରାଯାଇଥିଲା । ଏହି ସଭା ଅନୁଷ୍ଠିତ କରିବାର ମୁଖ୍ୟ କାରଣ ଥିଲା ସରକାରୀ ପରିବହନ ବ୍ୟବସ୍ଥାରେ ବିନା ଶୁଳ୍କରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ପରିବହ
ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ସଭା ଓ ଦାବିପତ୍ର ପ୍ରଦାନ


ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ସଭା ଓ ଦାବିପତ୍ର ପ୍ରଦାନ


ବଲାଙ୍ଗିର, 13 ଜୁନ୍ (ହି.ସ.)

ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଆଂଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭା ଗତକାଲି ଅନୁଷ୍ଠିତ କରାଯାଇଥିଲା । ଏହି ସଭା ଅନୁଷ୍ଠିତ କରିବାର ମୁଖ୍ୟ କାରଣ ଥିଲା ସରକାରୀ ପରିବହନ ବ୍ୟବସ୍ଥାରେ ବିନା ଶୁଳ୍କରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବା ଏବଂ ଘରୋଇ ପରିବହନ ସେବା ଗୁଡିକରେ ୫୦% ରିହାତି ପ୍ରଦାନ କରିବା । ବଲାଙ୍ଗିର ଜିଲ୍ଲାରେ ତଥା ଓଡିଶା ରାଜ୍ୟର ବିଭିନ୍ନ କଲେଜ ଗୁଡିକର ଛାତ୍ର ଛାତ୍ରୀମାନେ ପାଠ ପଢିବା ପାଇଁ ଦୂରଦୂରାନ୍ତର ଗ୍ରାମାଂଚଳରୁ ଆସିଥାନ୍ତି ସେହି ଅଂଚଳରେ ଆଜି ପର୍ଯ୍ୟନ୍ତ ବସ ସେବା ପହଂଚି ପାରି ନାହିଁ । ତେଣୁ ଛାତ୍ର ଛାତ୍ରୀମାନଙ୍କର ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି । ଘରୋଇ ବସ ଗୁଡିକରେ ପ୍ରତିଦିନ ଖର୍ଚ୍ଚ କରିଆସୁଥିବା ସମସ୍ତଙ୍କ ପକ୍ଷରେ ନୁହେଁ । ଶିକ୍ଷା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ । କୌଣସି ଛାତ୍ର ଛାତ୍ରୀ ଶିକ୍ଷାରୁ ବଂଚିତ ଏହା ସରକାର ର ଦୋଷ । ମୋହନ ସରକାର ଏବଂ ବିଗତ ନବୀନ ସରକାର ଭଳି ଛାତ୍ର ଛାତ୍ରୀମାନଙ୍କୁ ସୁବିଧା ଦେଖୁନାହିଁ । ତେଣୁ ଏହି ଦାବି ପୁରଣ ନ ହେଲେ ଆଗାମୀ ଦିନ ରେ ଆନ୍ଦୋଳନ ଭୟାଭୟ ହେବ ବୋଲି ବଲାଙ୍ଗିର ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରା ଗଣମାଧ୍ୟମ ରେ କହିଛନ୍ତି । ଏ ଦୁଇ ଦଫା ସମ୍ମଳିତ ଦାବିପତ୍ର ଆରଟିଓ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଭାପତି ଅଶୋକ ନନ୍ଦ, ବୁଲୁ ଦାନି, ମନୀଷ ମିଶ୍ର, ସନ୍ତକ ବହିଦାର, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର, ସମିର କୁମ୍ଭାର, ମିଳନୀ ସାହୁ, ସାଇନା ବେଗମ, ବବିତା ସାହୁ, ଅଙ୍କିତ ସାହୁ, ପ୍ରତିକ ଷଡଙ୍ଗି, ପଂଚାନନ ଷାଣ୍ଢ, ଅଭିନାଶ ନନ୍ଦ, ଅରିଓମ୍ ରଣା, ମୁକେଶ କୁମାର ପ୍ରଧାନ, ପିୟୁଶ, ଆୟୁଷ୍ମାନ ସ୍ୱାଇଁ, ଚନ୍ଦନ କୁମାର ସାହୁ, ଉଦିତ ସାହୁ, ଶିବୁ ପ୍ରଧାନ, ସମରଜିତ ସାହୁ, ସିଲୁ ସାହୁ, ରାଜା ମେହେର, ରାଧାକୃଷ୍ଣ ନନ୍ଦ ପ୍ରମୁଖ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande