ସ୍ବର୍ଗତ କୃଷ୍ଣଚନ୍ଦ୍ର ଦାଶଙ୍କ ଶ୍ରଦ୍ଧାଞ୍ଜଳି ଓ ଅହମଦାବାଦ ମୃତକଙ୍କ ପାଇଁ ଶୋକସଭା
ଗଂଜାମ, 13 ଜୁନ୍ (ହି.ସ.) ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ରର ପୂର୍ବତନ ସଭାପତି ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତା ସ୍ଥିତ ହିମାନୀ ସେଲିବ୍ରେସନରେ ଏକ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତି ଚାରଣ ସଭା ସଭାପତି ଡାକ୍ତର ସଙ୍କର୍ଷଣ ପା
ସ୍ବର୍ଗତ କୃଷ୍ଣଚନ୍ଦ୍ର ଦାଶଙ୍କ ଶ୍ରଦ୍ଧାଞ୍ଜଳି


ଗଂଜାମ, 13 ଜୁନ୍ (ହି.ସ.)

ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ରର ପୂର୍ବତନ ସଭାପତି ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତା ସ୍ଥିତ ହିମାନୀ ସେଲିବ୍ରେସନରେ ଏକ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତି ଚାରଣ ସଭା ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା|| ତାଙ୍କ ଚିତ୍ରପଟରେ ପୁଷ୍ପମାଲ୍ୟ ଓ ପୁଷ୍ପ ଗୁଚ୍ଛ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ||ଉପସ୍ଥିତ ସଦସ୍ୟ ଓ ବୁଦ୍ଧିଜୀବୀ ମାନେ ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରି ତାଙ୍କ ବ୍ୟକ୍ତିତ୍ୱର ମହନୀୟତା ବିଷୟରେ ଆଲୋକପାତ କରିଥିଲେ || ପରେ ପରେ ଅହମଦାବାଦ ଉଡ଼ାଜାହାଜ ଦୁର୍ଘଟଣାରେ ଶହୀଦଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ତିନି ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା || ଏହି କାର୍ଯ୍ୟକ୍ରମ ରେ ଦୁଇ ଉପସଭାପତି ମହେନ୍ଦ୍ର ନାଥ ସାହୁ ଓ ହର ମୋହନ ପାଣିଗ୍ରାହୀ, ସମ୍ପାଦକ ମହମଦ ଆସଲାମ ସର୍ବଶ୍ରୀ କୈଳାଶ ଚନ୍ଦ୍ର ତ୍ରିପାଠୀ, ପାର୍ବତୀ ପ୍ରସାଦ ପାଢ଼ୀ, ସୁଶାନ୍ତ ସାବତ, ଶ୍ୟାମାସୁନ୍ଦର ଖାଡ଼ଙ୍ଗା, ସୁବ୍ରତ କୁମାର ପୂଜାରୀ, ସୁନୀଲ କୁମାର ସାହୁ, ସୁବାସ ଚନ୍ଦ୍ର ପଟ୍ଟନାୟକ, ଧର୍ମା ରାଓ, ମାନସ ରଞ୍ଜନ ପାତ୍ର, ସନ୍ତୋଷ କୁମାର ରେଡି,ଅମରେନ୍ଦ୍ର ସାହୁ ଏବଂ ଟୁକୁନା ଦାସଙ୍କ ସମେତ ବହୁ ସଦସ୍ୟ ଓ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ ||ହିନ୍ଦୁ ସ୍ଥାନସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande