ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର
ଭୁବନେଶ୍ୱର, 13 ଜୁନ୍ (ହି.ସ.) - ବର୍ଷ ପୂର୍ତ୍ତି ଉପଲକ୍ଷେ ସାଧାରଣ ଲୋକଙ୍କୁ ଯୋଗାଣ ବିଭାଗର ବଡ଼ ଉପହାର । ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର । ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦେବେ ସରକାର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେ
ପ୍ରତି ପଞ୍ଚାୟତରେ ଖୋଲିବ ଜନ     ପୋଷଣ କେନ୍ଦ୍ର


ଭୁବନେଶ୍ୱର, 13 ଜୁନ୍ (ହି.ସ.)

- ବର୍ଷ ପୂର୍ତ୍ତି

ଉପଲକ୍ଷେ ସାଧାରଣ ଲୋକଙ୍କୁ ଯୋଗାଣ ବିଭାଗର ବଡ଼ ଉପହାର । ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ

କେନ୍ଦ୍ର । ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦେବେ ସରକାର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା

ଦେଇଛନ୍ତି । ପୋଷଣ କେନ୍ଦ୍ରରେ ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ । ପାଇଲଟ ପ୍ରକଳ୍ପ ଭାବେ ୫ ଟି

ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା । ମଧ୍ୟବିତ୍ତ ବର୍ଗ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।

ଯୋଗ୍ୟତା ମାପଦଣ୍ଡ କଣ ରହିବ ସେ ନେଇ ବିଭାଗ ଗାଇଡଲାଇନ ପ୍ରସ୍ତୁତ କରୁଛି । ବର୍ତ୍ତମାନ ୩ କୋଟି

୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଅଛନ୍ତି । ତେବେ ଜନ ପୋଷଣ କେନ୍ଦ୍ର

ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande