ରାକ୍ଷୀ ପୂର୍ଣ୍ଣିମାରେ କୋଟିଏ ମହିଳାଙ୍କୁ ସୁଭଦ୍ରା ଟଙ୍କା
ଭୁବନେଶ୍ୱର, 13 ଜୁନ୍ (ହି.ସ.)- କୋଟିଏ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ପୁଣି କୋଟିଏ ମହିଳାଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ଆଜି ଗାଁ ଗାଁରେ ମହିଳା
ରାକ୍ଷୀ ପୂର୍ଣ୍ଣିମାରେ କୋଟିଏ     ମହିଳାଙ୍କୁ ସୁଭଦ୍ରା ଟଙ୍କା


ଭୁବନେଶ୍ୱର, 13 ଜୁନ୍ (ହି.ସ.)- କୋଟିଏ ମହିଳା

ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ପୁଣି କୋଟିଏ

ମହିଳାଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା

ଦେଇଛନ୍ତି । ଆଜି ଗାଁ ଗାଁରେ ମହିଳା ଲକ୍ଷପତି ଦିଦି ହେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମହିଳା

କଲ୍ୟାଣ ଯୋଜନା ଓ ମହିଳାଙ୍କୁ ଆଗକୁ ବଢେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ହିଁ ମହିଳା ବିକାଶର ବିକାଶଧାରା। ଆଗରୁ ମହିଳାଙ୍କୁ

ଭୁଆଁ ବୁଲାଉ ଥିଲେ। ହେଲେ ଆମ ସରକାର ମହିଳାଙ୍କୁ ଶଶକ୍ତ କରୁଛି। ବିରୋଧୀ କହୁଛନ୍ତି ମିଶନ

ଶକ୍ତିକୁ ଦୁର୍ବଳ କରାଯାଇଛି, ହେଲେ ଆଜି ପ୍ରତ୍ୟେକ ମହିଳାଙ୍କୁ ଆର୍ଥିକ ମଜବୁତ୍ କରୁଛି ଆମ ସରକାର

। ରାଜ୍ୟରେ ଆସନ୍ତା ୪ ବର୍ଷ ମହିଳାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଅପରେସନ ସିନ୍ଦୁରର ନେତୃତ୍ୱ

ଯେଉଁପରି ଭାବେ ମହିଳା ନେଇଥିଲେ, ସେହିପରି ବିକଶିତ ଓଡ଼ିଶାର ଦାୟିତ୍ଵ ମଧ୍ୟ ଆମ ରାଜ୍ୟର ମହିଳା ନେବେ।

ଆମ ରାଜ୍ୟର ମହିଳାଙ୍କ ପିଠା ଓ ମିଠା ବିଦେଶକୁ ଯାଉଛି। ଆସନ୍ତା ସମୟରେ ମାଁ ଦୂର୍ଗାଙ୍କ ପ୍ରତି

ଛବି ହେବେ ଆମ ରାଜ୍ୟର ମାଁ ଓ ଭଉଣୀ। ମହିଳାଙ୍କୁ ମୁଣ୍ଡ ଉଠେଇ ବଞ୍ଚିବା ପାଇଁ ସୁଯୋଗ ସୃଷ୍ଟି

କରୁଛି ଆମ ସରକାର ବୋଲି ପ୍ରଭାତି ପରିଡା କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande