ରାୟପୁର, ୧୪ ଜୁନ୍ (ହି.ସ.)- କାଂକେର ଜିଲ୍ଲା ପରତାପୁର ଥାନା ଚନ୍ଦନପୁର ଗ୍ରାମପଂଚାୟତ ଅନ୍ତର୍ଗତ ଗ୍ରାମ ପି.ହି. ୭୦ ଶାନ୍ତିନଗରରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗତକାଲି ରାତିରେ ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ପରିବାରର ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ପୋଲିସର କହିବା ଅନୁଯାୟୀ, ତଦନ୍ତ ଜାରି ରହିଛି ଏବଂ ପ୍ରମାଣ ଏକାଠି କରାଯାଉଛି । ମୃତକ ମାନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।
ମୃତ ଶିଶୁମାନେ ହେଲେ ବର୍ଷା ବୈରାଗି (୧୧ ବର୍ଷ), ଦିପ୍ତୀ ବୈରାଗି (୭ ବର୍ଷ) ଏବଂ ଦେବରାଜ ବୈରାଗି (୫ ବର୍ଷ) । ମାତା-ପିତା ମଧ୍ୟ ବିଷ ଖାଇ ଜୀବନ ହାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସମୟ ପୂର୍ବରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଫଳରେ ସେମାନେ ବଂଚି ଯାଇଥିଲେ । ବର୍ତମାନ ସିଭିଲ ହସ୍ପିଟାଲ ପଖାଂଜୁରରେ ସେମାନଙ୍କର ଚିକିତ୍ସା ଚାଲିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ