ଚାଞ୍ଚଡାପଦର ଗାଁ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିଲାନି ବିକାଶ
ଜୟପୁର, ୧୪ ଜୁନ୍ (ହି.ସ.)- ଆଜି ବି ଦୁର୍ଗମ ଅଞ୍ଚରେ ପହଞ୍ଚି ପାରିଲାନି ରାସ୍ତା କି ମାଆକୁ ମିଳିପରିଲାନି ସମ୍ମାନ। ଯଦ୍ୱାରା ବଦଳି ପାରିଲାନି ପାହାଡିଆ ଗାଁ ର ନକ୍ସା। ମୌଳିକ ସମସ୍ୟାର ସମାଧାନ ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ I ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡା ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚ
ଚାଞ୍ଚଡା ପଦର ଗାଁ  ଦୁର୍ଗମ ଅଞ୍ଚଳ ରେ ପହଞ୍ଚି ପାରିଲାନି ବିକାଶ


ଚାଞ୍ଚଡା ପଦର ଗାଁ  ଦୁର୍ଗମ ଅଞ୍ଚଳ ରେ ପହଞ୍ଚି ପାରିଲାନି ବିକାଶ


ଚାଞ୍ଚଡା ପଦର ଗାଁ  ଦୁର୍ଗମ ଅଞ୍ଚଳ ରେ ପହଞ୍ଚି ପାରିଲାନି ବିକାଶ


ଜୟପୁର, ୧୪ ଜୁନ୍ (ହି.ସ.)- ଆଜି ବି ଦୁର୍ଗମ ଅଞ୍ଚରେ ପହଞ୍ଚି ପାରିଲାନି ରାସ୍ତା କି ମାଆକୁ ମିଳିପରିଲାନି ସମ୍ମାନ। ଯଦ୍ୱାରା ବଦଳି ପାରିଲାନି ପାହାଡିଆ ଗାଁ ର ନକ୍ସା। ମୌଳିକ ସମସ୍ୟାର ସମାଧାନ ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ I

ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡା ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚଡାପଦର ଗାଁର ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିଲାନି ବିକାଶ I ଆଜିବି ନା ଏଠି ଖଣ୍ଡିଏ ରାସ୍ତାର ସୁବିଧା ଅଛି ..ନା ପାନୀୟ ଜଳର ସୁବିଧା ହେଇଛି। ଜୀବନ ଜୀଇବା ପାଇଁ କୌଣସି ଜୀବିକା ବି ନାହିଁ। ବାଧ୍ୟ ହୋଇ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେସବୁକୁ ଅନ୍ୟ ଗାଁ ରେ ବିକ୍ରି କରି ସେଥିରୁ ନିଜର ଗୁଜୁରାଣ ମେଣ୍ଟାନ୍ତି ଗ୍ରାମବାସୀ। କିଛି ଲୋକ ପାହାଡିଆ ପାଣିକୁ ଭରସା କରି ମାଣ୍ଡିଆ, ସୁଆ ଓ ପନିପରିବା ଚାଷ କରି ସେଥିରୁ କିଛି କିଛି ରୋଜଗାର କରନ୍ତି। ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏହି ଦୁର୍ଗମ ଅଂଚଳରେ ଅପହଞ୍ଚ । ଏଭଳି ଗାଁ ହେଉଛି ବୋରିଗୁମ୍ମା ବ୍ଲକର ଚାଞ୍ଚଡାପଦର ଗାଁ। ପଞ୍ଚାୟତ ସଦର ମହକୁମ୍ମା ଠାରୁ ୮ କି.ମି. ଦୂରରେ ଅବସ୍ଥାପିତ ଏହି ଗାଁ। ଗାଁ କୁ ଯିବାକୁ ହେଲେ ମାଳିଗୁଡା ଠାରୁ ୩ କିଲୋମିଟର ଘଞ୍ଚ ଜଙ୍ଗଲ ମଝିରେ ଅଙ୍କା ବଙ୍କା ସଂକୀର୍ଣ ରାସ୍ତା ଦେଇ ଗଲେ ପଡେ ଏହି ଗାଁ । ସ୍ୱାଧିନତାର ୭୭ ବର୍ଷ ପରେ ବି ଏଠି ବିକାଶ ତ ଦୂରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନି। ଗାଁ ରେ ୫୦ ପରିବାର ୩୦୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରନ୍ତି। ଜଙ୍ଗଲ ମଧ୍ୟରେ ସଂକୀର୍ଣ ରାସ୍ତା ହିଁ ଏମାନଙ୍କ ଗମନାଗମନର ମାଧ୍ୟମ। ପ୍ରତି ମାସରେ ବୃଦ୍ଧ ବୃଦ୍ଧା ହିତାଧିକାରୀ ମାନେ ପଞ୍ଚାୟତରୁ ଚାଉଳ ଓ ବିଧବା ଭତା ଟଙ୍କା ଧରି ବହୁ କଷ୍ଟରେ ଗାଁ କୁ ଫେରନ୍ତି। ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ଲାଗିଥିବା ଟେଙ୍କ ଫାଟି ପଡିଛି। ଫଳରେ ପାଣି ପାଇଁ ମାଇଲ ମାଇଲ ବାଟ ଚାଲିଛନ୍ତି ମହିଳା ମାନେ। ବହୁବର୍ଷ ତଳର ଏକ ନଳକୂପ ରହିଛି ସେଥିରୁ ପାଣି ବହାରୁନି। ଗାଁ ଲୋକଙ୍କ ତୃଷ୍ନା ମେଣ୍ଟାଉଥିବା ଏକମାତ୍ର କୁପ ଖରା ଦିନ ହେଲେ ସେହି କୂଅ ପାଣି ବି ସୁଖି ଯାଉଛି। ଗାଁ ରେ କେବଳ ୧୨ଟି ପରିବାରଙ୍କୁ ହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି ସେ ସବୁ ଘର ବି ଅଧପନ୍ତରିଆ ହୋଇପଡିଛି। ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଅସିପାରୁନି। ଫଳରେ ଗର୍ଭବତୀ ମହିଳା ଓ ରୋଗୀକୁ ୪ କି.ମି. ପାହାଡିଆ ରାସ୍ତାରେ କାନ୍ଧରେ ବୋହି ମାଳିଗୁଡା ପର୍ଯ୍ୟନ୍ତ ଆଣିଲେ ସେଠାରୁ ଆମ୍ବୁଲାନ୍ସରେ ମେଡ଼ିକାଲ ଯାଆନ୍ତି। ସରକାରୀ ସ୍ତରରେ କାମ ନପାଇ ଜଙ୍ଗଲଜାତ ଦ୍ରବ୍ୟ ଓ କାଠ ସଂଗ୍ରହ କରି ସେଥିରେ ଜୀବିକା ନିର୍ବାହ କରନ୍ତି ଏମାନେ । ଗାଁ କୁ ରାସ୍ତା ସଂଯୋଗ କରିବା ସହିତ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରିବା ପାଇଁ ଗ୍ରାମବାସୀ ବିଶ୍ୱନାଥ ମୁଦୁଲି, କମଳା ମୁଦୁଲି ଦାବି କରିଛନ୍ତି ।

ଚଞ୍ଚଡାପଦର ଗାଁ କୁ ରାସ୍ତା, ସଂଯୋଗ ହୋଇ ନଥିବାରୁ ଏଠି ସରକାରୀ ଯୋଜନା ପହଞ୍ଚି ପାରୁନି। ଅନେକ ଗରିବ ଆଦିବାସୀ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇପାରୁ ନାହାନ୍ତି। ବର୍ଷ ବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ବି ପଡୁନି ଏହି ଗାଁ ରେ । ଏସବୁ ସମସ୍ୟାକୁ ନେଇ ପ୍ରଶାସନକୁ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande