ନୂଆଦିଲ୍ଲୀ, ୧୪ ଜୁନ୍ (ହି.ସ.)- କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଆଜି ବିଶ୍ୱ ରକ୍ତଦାନ ଦିବସ ଅବସରରେ କହିଛନ୍ତି ଯେ, ଏହି ଦିବସ ଆମକୁ ରକ୍ତଦାନର ମହତ୍ୱ ବାବଦରେ ସଚେତନତା ବଢାଇବା ନିମନ୍ତେ ଏକାଠି କରିଛି । ଏହା ବିଶ୍ୱରେ ସେହି ଲୋକମାନଙ୍କ ସହାୟତା କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଂଚାଇଥାଏ, ଯାହାକୁ କି ଏହାର ସବୁଠୁ ଅଧିକ ଆବଶ୍ୟକତା ରହିଥାଏ । ହେଲେ କେତେକ ଲୋକ ଭୁଲ୍ ସୂଚନା ଏବଂ ଭୟ କାରଣରୁ ପଛେଇଥାନ୍ତି । ଆସନ୍ତୁ ଏହି ଦିବସର ଉପଯୋଗ ଭୟକୁ ଦୂର କରିବା ଏବଂ ଅଧିକ ଲୋକଙ୍କୁ ରକ୍ତଦାନ ନିମନ୍ତେ ପ୍ରୋତ୍ସାହିତ କରିବା ନିମନ୍ତେ କରିବା ।
ଶ୍ରୀ ନଡ୍ଡା ଶନିବାର ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଚଳିତ ବର୍ଷର ଥିମ୍, ‘ରକ୍ତ ଦେ, ଆଶା ଦେ’ : ସହିତ ମିଶି ଆମେ ଜୀବନ ବଂଚାଇଥାଉ’ ଏହା ଆମକୁ ମନେ ପକାଇଥାଏ ଯେ, ରକ୍ତଦାନ ସରଳ, ସୁରକ୍ଷିତ ଅଟେ ଏବଂ ଏହାର ବହୁତ ବଡ ପ୍ରଭାବ ହୋଇପାରେ । ଆମେ ସମସ୍ତେ ଏକାଠି ହୋଇ ଏହି ସାମାଜିକ ଉଦ୍ଦେଶ୍ୟ ନିମନ୍ତେ ଏକଜୁଟ୍ ହେବା ଆବଶ୍ୟକ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ