ଭୁବନେଶ୍ୱର, 14 ଜୁନ୍ (ହି.ସ.)
- ଓଡ଼ିଶାର ଗଣ ପର୍ବ ‘ରଜ’ର ଶୁଭକାମନା ଜଣାଇଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ଓଡ଼ିଶାର ଗଣ ପର୍ବ ‘ରଜ’ ଅବସରରେ ହାର୍ଦ୍ଦିକ
ଶୁଭକାମନା ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା
କରିବା ଏବଂ ସମ୍ମାନ ଜଣାଇବା ‘ରଜ’ ପର୍ବର ଅନନ୍ୟ ପରମ୍ପରା ।
ଏହି କୃଷିଭିତ୍ତିକ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେବା ସହ ସମାଜରେ ଭାଇଚାରାକୁ
ଅଧିକ ସୁଦୃଢ଼ କରୁ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା