ସମସ୍ତ ଏୟାରପୋର୍ଟରେ ହେବ ଫୁଲସ୍କେଲ ରିହରସଲ୍
ଭୁବନେଶ୍ୱର, 14 ଜୁନ୍ (ହି.ସ.) - ଅହମଦାବାଦ ପ୍ଲେନ କ୍ରାସ ପରେ ସବୁ ବିମାନ ବନ୍ଦରରେ ହେବ ଫୁଲସ୍କେଲ ରିହାର୍ସଲ ବା ମକ ଡ୍ରିଲ । ଏଥିପାଇଁ ନିର୍ଦେଶ ଦେଇଛି ଡିଜିସିଏ । ଆସନ୍ତା ଜୁନ 30ରେ ହେବ ଏହି ରିହର୍ସଲ । ଏଥିରେ ସିଭିଲ ଏଭିଏସନର କର୍ମଚାରୀଙ୍କ ସହ ପୋଲିସ, ମେଡିକାଲ ଓ ଅଗ୍ନ
ସମସ୍ତ ଏୟାରପୋର୍ଟରେ ହେବ ଫୁଲସ୍କେଲ ରିହରସଲ୍


ଭୁବନେଶ୍ୱର, 14 ଜୁନ୍ (ହି.ସ.)

- ଅହମଦାବାଦ ପ୍ଲେନ କ୍ରାସ ପରେ ସବୁ ବିମାନ ବନ୍ଦରରେ ହେବ ଫୁଲସ୍କେଲ ରିହାର୍ସଲ

ବା ମକ ଡ୍ରିଲ । ଏଥିପାଇଁ ନିର୍ଦେଶ ଦେଇଛି ଡିଜିସିଏ । ଆସନ୍ତା ଜୁନ 30ରେ ହେବ ଏହି ରିହର୍ସଲ । ଏଥିରେ ସିଭିଲ ଏଭିଏସନର କର୍ମଚାରୀଙ୍କ ସହ

ପୋଲିସ, ମେଡିକାଲ ଓ ଅଗ୍ନିଶମ ବି ଉପସ୍ଥିତ ରହିବେ

ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ପ୍ରସନ୍ନ ମହାନ୍ତି । ଅକସ୍ମାତ

କୌଣସି ବିମାନ ଦୁର୍ଘଟଣା ଘଟିଲେ କେମିତି ପ୍ରଥମେ ରେସପନ୍ସ କରାଯିବ, ଆହତଙ୍କୁ କିପରି ପ୍ରାଥମିକତା ଦେଇ ଚିକିତ୍ସା ପାଇଁ ବାହାର କରାଯିବ, ପ୍ଲେନରେ ଥିବା ଯାତ୍ରୀଙ୍କ ସମ୍ପର୍କୀୟ ବିମାନ ବନ୍ଦରକୁ ଆସିଲେ

ତାଙ୍କୁ କିପରି ମ୍ୟାନେଜ କରାଯିବ ଓ ଗଣମାଧ୍ୟମ ପାଇଁ ସ୍ୱତନ୍ତ୍ର ରୁମ କରାଯାଇ କିପରି ସବିଶେଷ

ବିବରଣୀ ଠିକ ସମୟରେ ଦିଆଯିବ ସେ ନେଇ ମକ ଡ୍ରିଲ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande