ଆଜି ପହିଲି ରଜ
ଭୁବନେଶ୍ୱର, 14 ଜୁନ୍ (ହି.ସ.)- ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ରଜରେ ଝିଅମାନେ ସଜବାଜ ହୋଇ ଦୋଳି ଖେଳି, ପୋଡ ପିଠା ଖାଇ, ପାଦରେ ଅଳତା ଲଗାଇ ପାଳନ କରିଥାନ୍ତି । ରଜରେ ପୋଡପିଠା ଓ ରଜପାନର ମଜା ନିଆରା । ଆଜି ସକାଳୁ ସକାଳୁ ଗାଁ ଠୁ ସହର
ଆଜି ପହିଲି ରଜ


ଭୁବନେଶ୍ୱର, 14 ଜୁନ୍ (ହି.ସ.)- ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ରଜରେ ଝିଅମାନେ

ସଜବାଜ ହୋଇ ଦୋଳି ଖେଳି, ପୋଡ ପିଠା ଖାଇ,

ପାଦରେ

ଅଳତା ଲଗାଇ ପାଳନ କରିଥାନ୍ତି । ରଜରେ ପୋଡପିଠା ଓ ରଜପାନର ମଜା ନିଆରା । ଆଜି ସକାଳୁ ସକାଳୁ

ଗାଁ ଠୁ ସହର ପିଠା ଓ ମିଠାରେ ମହକୁଛି ।

ତିନି ଦିନ ଧରି ରଜ ପର୍ବ ପାଳନ ହେବାକୁ

ଥିବା ବେଳେ ସହରରେ ଜମିଲାଣି ରଜ ଆସର । ଓଡ଼ିଆ ପରମ୍ପରା ଅନୁଯାୟୀ ରଜର ପ୍ରଥମ ଦିନକୁ ପହିଲି ରଜ,

ଦ୍ୱିତୀୟ

ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନରେ ବସୁମତୀ

ମାଙ୍କୁ ସ୍ନାନ କରାଯାଇ ଶେଷ ହୋଇଥାଏ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande