ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ତରଫରୁ ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସ ପାଳିତ
Aged asult regarding Awerness program
ଫୋଟ


କନ୍ଧମାଳ , ୧୫ ଜୁନ୍ (ହି.ସ.) ଚଳିତ ଜୁନ ମାସ ୧୫ ତାରିଖରେ କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସ ଫୁଲବାଣୀ ସାର୍ତ୍ତ।ଗୁଡାସ୍ଥିତ ସମନ୍ଵିତ ଭିତ୍ତିଭୂମି ପରିସର ଠାରେ ପାଳିତ ହୋଇଯାଇଅଛି ।

ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଶଙ୍କର ହୋତାଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସ ପାଳନ ଅବସରରେ ଏକ ସଚେତନ କାର୍ଯ୍ୟକ୍ରମ ଫୁଲବାଣୀ ସାର୍ତ୍ତ।ଗୁଡାସ୍ଥିତ ସମନ୍ଵିତ ଭିତ୍ତିଭୂମି ପରିସର ଠାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ, ପୋକ୍ସୋ କୋର୍ଟର ବିଚାରପତି, ଶ୍ରୀଯୁକ୍ତ ମନୋରଞ୍ଜନ ଦାଶ, ରେଜିଷ୍ଟ୍ରାର ସିଭିଲ କୋର୍ଟ, ଫୁଲବାଣୀ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ଓଝା, ଜେ.ଏମ୍.ଏସ.ସି, ଫୁଲବାଣୀ, ଶ୍ରୀଯୁକ୍ତ ବଦ୍ରିନାଥ ବିଶ୍ବାଳ, ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ, ଶ୍ରୀଯୁକ୍ତ ନିରୋଦ କୁମାର ପାତ୍ର, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ, ଡି.ଏସ.ପି. ଫୁଲବାଣୀ ଶ୍ରୀଯୁକ୍ତ ସର୍ବେଶ୍ଵର ବେହେରା, ଫୁଲବାଣୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ବଡ଼ଶେଠ, ଫୁଲବାଣୀ ଶେୟାର ଅନୁଷ୍ଠାନର ନିର୍ଦ୍ଦେଶକ କରାମତ ଅଲି ଖାନ, ପାରା ଲିଗାଲ ସ୍ଵେଚ୍ଛାସେବୀ, ସମନ୍ଵିତ ଭିତ୍ତିଭୂମି ପରିସର ସାର୍ତ୍ତ।ଗୁଡ଼ାର କର୍ମଚାରୀ ଓ ଅନ୍ତେବାସୀ ଉପସ୍ଥିତ ଥିଲେ

ନାଲ୍ସ। ଦ୍ବାରା ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ଯୋଜନା, ଆଇନ ବ୍ୟବସ୍ଥା ଏବଂ ବିଶ୍ୱ ବୟସ୍କ ନିର୍ଯାତନା ବିରୋଧୀ ସଚେତନତା ଦିବସରେ ବୟସ୍କ ମାନେ ଯେପରି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପାଇବେ, ସେ ଦିଗରେ ଯତ୍ନବାନ ହେବା ପାଇଁ ସଂକଳ୍ପ ନେବାକୁ ସଚେତନ କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବଙ୍କ ଦାୟିତ୍ବରେ ଥିବା ରେଜିଷ୍ଟ୍ରାର ସିଭିଲ କୋର୍ଟ, ଫୁଲବାଣୀ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ଓଝା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ସର୍ବଶେଷରେ ଉକ୍ତ ସଭା ରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande