ବିଶ୍ୱ ବରିଷ୍ଠ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅବହେଳା ସମ୍ପର୍କିତ ସଚେତନତା ଶିବିର
ଭଦ୍ରକ, ୧୫ ଜୁନ୍ (ହି.ସ.) - ଜାତୀୟ ଆଇନ୍‌ସେବା ପ୍ରାଧିକରଣ, ନୂଆଦିଲ୍ଲୀଙ୍କ ପ୍ରଦତ ବିଶ୍ୱ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅବହେଳା ସମ୍ପର୍କିତ ସଚେତନତା ଶିବିରକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ବ
BARISTA SACHETANATA SIBIRA


ଭଦ୍ରକ, ୧୫ ଜୁନ୍ (ହି.ସ.) - ଜାତୀୟ ଆଇନ୍‌ସେବା ପ୍ରାଧିକରଣ, ନୂଆଦିଲ୍ଲୀଙ୍କ ପ୍ରଦତ ବିଶ୍ୱ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅବହେଳା ସମ୍ପର୍କିତ ସଚେତନତା ଶିବିରକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ବିଭାଗ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାପସ କୁମାର ମହାନ୍ତି, ମୋଜାହିଦ୍ ଅଖତାର ଖାନ, ଏଲ.ଏ.ଡି.ସି.ଏସ.ର କର୍ମୀ, ଭଦ୍ରକ, ସୁବାଷ ଚନ୍ଦ୍ର ନାୟକ, ଭାରପ୍ରାପ୍ତ, ସାମାଜିକ ସୁରକ୍ଷା ଅଧିକାରୀ, ଭଦ୍ରକ, ଲଲାଟେନ୍ଦୁ ମହାନ୍ତି, ସଭାପତି, କୈଳାସ ଚନ୍ଦ୍ର ମହାପାତ୍ର, ସଂପାଦକ, ପଦ୍ମନ କୁମାର ରାୟ, ଉପସଭାପତି, ବରିଷ୍ଠ ନାଗରିକ ମହାସଂଘ, ଭଦ୍ରକ ପ୍ରମୁଖ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଥିବା ୧୦୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କ ପାଇଁ ଥିବା ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଜାତୀୟ ଆଇନ୍ ସେବା ୧୫୧୦୦ (ଦେୟମୁକ୍ତ) ସହାୟତା ନମ୍ବର ଜରିଆରେ ମଧ୍ୟ ସହାୟତା ପାଇଁ ଜଣାଇ ଦିଆଯାଇଥିଲା। ସମସ୍ତ ଅତିଥିବୃନ୍ଦ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ପାଇଁ ଥିବା ଆଇନ୍ ସମ୍ପର୍କରେ ସଚେତନ କରାଇଥିଲେ। ପ୍ରତ୍ୟେକ ବ୍ୟକ୍ତି ନିଜର ବୟୋବୃଦ୍ଧ ପିତାମାତାଙ୍କୁ ଅବହେଳା ନକରି ସେମାନଙ୍କୁ ଉଚିତ୍ ସମ୍ମାନ ଦିଅନ୍ତୁ ଏବଂ ପରିଣତ ବୟସରେ ସେମାନଙ୍କର ଦାୟିତ୍ୱ ଏବଂ ଯତ୍ନ ନିଅନ୍ତୁ ଯଦ୍ୱାରା ବରିଷ୍ଠ ବ୍ୟକ୍ତିଟିଏ ନିଜକୁ ଆଉ ଅସହାୟ ଭାବିବ ନାହିଁ। ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ନିମିତ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତର ମାନଙ୍କ ସହଯୋଗରେ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପରୀକ୍ଷା କରାଯାଇଥିଲା ତଥା ବୟୋବୃଦ୍ଧ ଏବଂ ବୃଦ୍ଧାମାନେ ଏବେ କିପରି ଖାଦ୍ୟ ଖାଇବା, ବ୍ୟାୟାମ କରିବା ଆବଶ୍ୟକ ସେ ସମ୍ପର୍କରେ ମଧ୍ୟ ଉପଦେଶ ଦିଆଯାଇ ସଚେତନ କରାଯାଇଥିଲା। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀଗଣ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସହଯୋଗ କରି ଆଗେଇ ନେଇଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande