ଜୟପୁର, ୧୫ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଆଞ୍ଚଳିକ କମିଟିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ବୟୋଜ୍ୟେଷ୍ଠ କମ୍ୟୁନିଷ୍ଟ ନେତା ନରସିଂହ କମାର ଲାଲ୍ ପତାକା ଉତ୍ତୋଳନ କରିବା ପରେ ତାଙ୍କରି ସଭାପତିତ୍ବରେ ସଭା ଆରମ୍ଭ ହୋଇଥଲା। ପୂର୍ବାହ୍ନ ୧୧ ଟାରେ ଆରମ୍ଭ ହୋଇଥିବା ସମ୍ମିଳନୀକୁ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି ଉଦଘାଟନ କରି କହିଛନ୍ତି ଯେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତା'ର ଶତବାର୍ଷିକୀ ବର୍ଷ ପାଳନ କରୁଛି ଏବଂ ଏହି ଅଞ୍ଚଳରେ ଜମି ଜଳ ଜଙ୍ଗଲର ଅଧିକାର ପାଇଁ ତଥା ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ସବୁବେଳେ ଲଢେଇ କରି ଆସୁଛି । ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ସମାଧାନ ପାଇଁ ଆହୁରି ଜୋରଦାର ଆନ୍ଦୋଳନ କରିବା ପାଇଁ ହେବ। ଶାଖା ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି। ଆଗାମୀ ଦିନରେ ପାର୍ଟିକୁ ସଂଗଠିତ କରିବା ପାଇଁ ଏକ ପନ୍ଦର ଜଣିଆ କମିଟି ଗଠିତ ହୋଇଛି। ଜୋନ୍ ସମ୍ପାଦକ ଭାବେ ବଳିଭଦ୍ର ଭୋଇ, ସହ ସମ୍ପାଦକ ଭାବେ ଶ୍ରୀ ସୋମନାଥ ହନ୍ତାଳ ଓ ରାମ ଖିଲ ମନୋନୀତ ହୋଇଛନ୍ତି। ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଶାଖା କମିଟି ମାନଙ୍କୁ ନିବେଦନ କରିଛନ୍ତି।
ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରାମକୃଷ୍ଣ ଦାସ, ବୁଦ୍ରା ବଡନାୟକ, ଧନ ଗୋଲରୀ, ଡମ୍ବରୁ ଗୋଲରୀ, ଲୈଛନ ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି