ଚଣ୍ଡିଗାଁ ପଂଚତାୟତରେ ପହଂଚିଲା ବିକାଶ ବାହନ ରଥ
ଭଦ୍ରକ, ୧୫ ଜୁନ୍ (ହି.ସ.) - ଭଦ୍ରକ ବ୍ଲକ୍ ଅଧିନସ୍ଥ ଚଣ୍ଡିଗାଁ ଗ୍ରାମପଂଚାୟତ ରେ ଆଜି ବିକାଶ ବାହନ ରଥ ଆସି ପହଂଚିଥିଲା । କେନ୍ଦ୍ର ସରକାରଙ୍କର ଏଗାର ବର୍ଷ ପୂର୍ତି ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ରେ ସରକାରଙ୍କ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ସମ୍ବଧ
CHANDIGAON PANCHAYAT BIKASH BAHAN RATHA


ଭଦ୍ରକ, ୧୫ ଜୁନ୍ (ହି.ସ.) - ଭଦ୍ରକ ବ୍ଲକ୍ ଅଧିନସ୍ଥ ଚଣ୍ଡିଗାଁ ଗ୍ରାମପଂଚାୟତ ରେ ଆଜି ବିକାଶ ବାହନ ରଥ ଆସି ପହଂଚିଥିଲା । କେନ୍ଦ୍ର ସରକାରଙ୍କର ଏଗାର ବର୍ଷ ପୂର୍ତି ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ରେ ସରକାରଙ୍କ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ସମ୍ବଧରେ ଜନସାଧାରଣ ମାନଙ୍କୁ ପାଲା, କୀର୍ତନ ଏବଂ ଏଲ୍ ଇ ଡି ମାଧ୍ୟମରେ ଅବଗତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳା କାନ୍ତ ନାୟକ, କନିଷ୍ଠ ଯନ୍ତ୍ରୀ ସୁଚିଶ୍ମିତା ପାତ୍ର, ଗ୍ରାମ ସେବକ ରାମଚନ୍ଦ୍ର ମୂର୍ମୁ, ଏ ଡି ଇ ଓ ଭାଗିରଥି ସାହୁ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଗ୍ରାମ ପଂଚାୟତ ର ସରପଂଚ ଅଭିମନ୍ୟୁ ଜେନା, ସମାଜ ସେବୀ ଶରତ କୁମାର ପରିଡ଼ା , ବିମଳ ବିଶ୍ୱାଳ, ପବିତ୍ର ଉଛାୟାତ୍‌, ବୁଲୁ ବିଶ୍ୱାଳ ଙ୍କ ସହଯୋଗରେ ଆଜି ଅନ୍ତର୍ଦୟ ଗୃହ ଯୋଜନାରେ ବାର ଜଣ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ , ପନ୍ଦର ଜଣଙ୍କୁ ନୂତନ ଜବ୍ କାର୍ଡ, ଦଶ ଜଣଙ୍କୁ ଆୟୁଷ୍ମାନ କାର୍ଡ , ପାଂଚ ଜଣ ହିତାଧିକାରୀଙ୍କୁ ନୂତନ ରେସନ୍ କାର୍ଡ ଏବଂ ବାର ଜଣଙ୍କୁ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା । ପୂର୍ବରୁ ପାଇଥିବା ସୁଭଦ୍ରା ଯୋଜନା ଓ ନୂତନ ଭତା ପାଇଥିବା ସମସ୍ତ ହିତାଧିକାରୀ ମାନେ ଆମ୍ଭର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ଭୂୟସୀ ପ୍ରଶଂସା, ଶୁଭେଚ୍ଛା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande