ଚମ୍ପୁଆ, , 15 ଜୁନ୍ (ହି.ସ.) ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗ୍ରାମର ସାପ୍ତାହିକ ହାଟ ପଡିଆ ଠାରେ ୧୬ତମ ପଞ୍ଚାୟତସ୍ତରୀୟ ରଜ ମହୋତ୍ସବ ମହା ଆଡମ୍ବର ସହକାରେ ପାରମ୍ପରିକ ଭାବେ ପାଳିତ ହେଉଅଛି । ୨୦୦୯ ମସିହାରୁ ଆରମ୍ଭ କରା ଯାଇଥିବା ପଞ୍ଚାୟତସ୍ତରୀୟ ରଜ ମହୋତ୍ସବ ତିନି ଦିନ ଧରି ପାଳିତ ହୋଇଥାଏ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବର ୧୬ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ପ୍ରକାର ଦୋଳି ଖେଳର ଆୟୋଜନ କରା ଯାଇଛି। ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ମାନଙ୍କ ମନୋରଞ୍ଜନ ପାଇଁ ରଜ ସଂଗୀତ, ଝୁମର ନୃତ୍ୟ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଅଛି। କାର୍ଯ୍ୟକ୍ରମକୁ ଭଣ୍ଡା ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗ୍ରାମର ସଞ୍ଜୁବାଳା ବେହେରା, ସୁଲୋଚନା ବେହେରା, ବନୀତା ବେହେରା, ପଦ୍ମୀନି ନାଏକ, ଜୟନ୍ତୀ ନାଏକ, ଗଗନ ବେହେରା, ସଞ୍ଜୁ ବେହେରା ପ୍ରମୁଖ ପରିଚାଳନା କରୁଛନ୍ତି। କାର୍ଯ୍ୟକ୍ରମରେ ଭଣ୍ଡା ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଆସିଥିବା ମହିଳା, ପୁରୁଷ, ଯୁବକ, ଯୁବତୀ ସାମିଲ ହୋଇଥିବାରୁ ସାରା ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta