ଜୟପୁର, 15 ଜୁନ୍ (ହି.ସ.)ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରି ଆଜି ସଂନ୍ଧ୍ୟା ୫ଟା ୩୦ ମିନିଟ ସମୟରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମାଲକାନଗିର ଜିଲା ଚିତ୍ରକୋଣ୍ଡା ଥାନା ଇଶ୍ୱରଗୁଡା ଗ୍ରାମର ସୁତି ମୁଦୁଲି (୨୫) ତ୍ରିନାଥ ମୁଦୁଲି (୧୯) । ମାଲକାନଗିରି ଜିଲା ଚିତ୍ରକୋଣ୍ଡାରୁ ଅଟୋରେ ଗଞ୍ଜେଇ ଆଣି ନବରଙ୍ଗପୁର କୁ ଚାଲାଣ କରୁଥିବା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି ।
ସୁଚନା ଅନୁଯାଇ ଜୟପୁର ସଦର ପୋଲିସ ଗତ କାଲି ରାତ୍ର ସମୟରେ ପେଟ୍ରୋଲିଂ କରୁଥିବା ସମୟରେ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା ସୁଚନା ପାଇ ଚଢାଉ କରିଥିଲା । ପାଞ୍ଜିଆଗୁଡା କେନାଲ ନିକଟରେ ଏସଆଇ ସିରିସ ମହାପାତ୍ର ଚଢାଉ କରିଥିଲେ । ପୋଲିସ କୁ ଦେଖି ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ୨ ଅଭିଯୁକ୍ତ କୁ ଧରିଥିଲା । ଅଟୋରୁ ୮୮.୪ ଶହ କେଜି ଗଞ୍ଜେଇ ଜବତ କରିଛି । ପୋଲିସ ଅଟୋ ସହ ଗଞ୍ଜେଇ , ୧୭ ଶହ ଟଙ୍କା, ମୋବାଇଲ ଜବତ କରି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି