ଜୟପୁର, ୧୫ ଜୁନ୍ (ହି.ସ.)-ଶ୍ରମିକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ ସାମ ଡିମଳା ଗ୍ରାମର ମଧୁ ହରିଜନ (୪୫) ।
ସୂଚନା ଅନୁଯାୟୀ, ଜୟପୁର ସଦର ଥାନା ଅନ୍ତର୍ଗତ ଡିମଳା ଗ୍ରାମର ମଧୁ ହରିଜନ ରାତ୍ରରେ ବାନ୍ତି କରିଥିଲେ । ତାଙ୍କୁ ତୁରନ୍ତ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଆଜି ଅପମୃତ୍ୟୁ ମାମଲା ରୁଜୁ କରି ଅପରାହ୍ନ ୪ଟାରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଏନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି