ପାରମ୍ପରିକ ପାନ ସହିତ ଆଧୁନିକ ଛୁଙ୍କରେ ପ୍ରସ୍ତୁତ ହେଉଛି ରଜପାନ, ପୀରହାଟ ରେ ନିଆଁଲଗା ପାନ ପାଇଁ ଲମ୍ବା ଲାଇନ, ବିଭିନ୍ନ ଆକୃତି ଓ ଭିନ୍ନଭିନ୍ନ ସ୍ୱାଦରେ ମିଳୁଛି ରଜପାନ
ଭଦ୍ରକ, ୧୫ ଜୁନ୍ (ହି.ସ.) - ରଜ ପାଇଁ ଉତ୍ସବ ମୁଖର ଗାଁ ଆଉ ସହର । ଚଳିତ ବର୍ଷ ପୀରହାଟ ଅଂଚଳରେ ମହାଆନନ୍ଦରେ ପାଳନ ହେଉଛି ଏହି ପର୍ବ । ପିଠା,ମିଠା ସହିତ ରଜ ପର୍ବରେ ପାନର ଏକ ନିଆରା ଚାହିଦା ରହିଥାଏ । ଆବାଳବୃଦ୍ଧବନିତା ସମସ୍ତେ ମିଠା ରଜପାନ ଖାଇଥାନ୍ତି । ଏନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ସ
PIRAHAT RE RAJA PANA


ଭଦ୍ରକ, ୧୫ ଜୁନ୍ (ହି.ସ.) - ରଜ ପାଇଁ ଉତ୍ସବ ମୁଖର ଗାଁ ଆଉ ସହର । ଚଳିତ ବର୍ଷ ପୀରହାଟ ଅଂଚଳରେ ମହାଆନନ୍ଦରେ ପାଳନ ହେଉଛି ଏହି ପର୍ବ । ପିଠା,ମିଠା ସହିତ ରଜ ପର୍ବରେ ପାନର ଏକ ନିଆରା ଚାହିଦା ରହିଥାଏ । ଆବାଳବୃଦ୍ଧବନିତା ସମସ୍ତେ ମିଠା ରଜପାନ ଖାଇଥାନ୍ତି । ଏନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ସୁଆଦିଆ ରଙ୍ଗବେରଙ୍ଗର ରଜ ପାନ ବିକ୍ରି ହୋଇଥାଏ । ବିଭିନ୍ନ ପ୍ରକାରର ବାସ ମସଲାରେ ପ୍ରସ୍ତୁତ ହୋଇଥିବା ଏହି ପାନ ଖାଇବା ପାଇଁ ଦୋକାନ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥାଏ। ଏହି ରଜ ପାନ ମଧ୍ୟରେ କିଛି ବର୍ଷ ହେଲା ତିହିଡି ବ୍ଲକ ପୀରହାଟ ଅଂଚଳରେ ମିଳୁଥିବା ନିଆଁଲଗା ପାନ ବେଶ ଚର୍ଚ୍ଚିତ ହୋଇଛି । ଏହି ଚର୍ଚ୍ଚିତ ନିଆଁଲଗା ପାନ ଖାଇବା ପାଇଁ ବିଭିନ୍ନ ଅଂଚଳରୁ ଲୋକେ ଆସିଥାନ୍ତି । ଏହି ପାନର ବିଶେଷତ୍ୱ ହେଉଛି ଗୋଟା ପାନ ଉପରେ ବିଭିନ୍ନ ପ୍ରକାରର ମସଲା ଦେବାପରେ ଏକ ସ୍ୱତନ୍ତ୍ର ମସଲା ପକାଯାଏ ଯାହା ଅଗ୍ନି ସଂଶର୍ଷ୍ପରେ ଆସିଲେ ହୁତୁହୁତ ହୋଇ ଜଳିଥାଏ । ପାନ ଜଳୁଥିବା ଅବସ୍ଥାରେ ଦୋକାନୀ ଗ୍ରାହକଙ୍କ ପାଟିରେ ପୁରେଇ ଦେଇଥାଏ । ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ସାଧାରଣ ମିଠା ପାନ ଠାରୁ ଏହି ପାନ ଅଧିକ ସୁଆଦିଆ ବୋଲି ଖାଉଥିବା ଲୋକେ କହିଥାନ୍ତି । ରଜ ସମୟରେଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପାନକୁ ବିଭିନ୍ନ ଆକୃତିରେ ତ୍ରିକୋଣ,ଚତ୍ରୁକୋଣ,କଦଳୀ,ମାଛ,ଡ଼ଙ୍ଗା ଭଳି ଆକାରରେ ପାନଭଙ୍ଗା ହୁଏ । ବିଗତ କିଛି ବର୍ଷ ହେଲା ପୀରହାଟ ସାଇ ମନ୍ଦିର ପାଖରେ ଥିବା ରଞ୍ଜନ ମିଶ୍ର ନାମକ ଜଣେ ପାନ ଦୋକାନୀ ଗ୍ରାହକଙ୍କ ବେଶ ପ୍ରିୟ ଭାଜନ ହୋଇ ପାରିଛନ୍ତି । ପାରମ୍ପରିକ ପାନ ସହିତ ଏବେ ଟିକେ ଆଧୁନିକ ଛୁଙ୍କ ଦେଇ ପ୍ରସ୍ତୁତ କରାଯାଉଛି ରଜପାନ । ଯାହାର ସ୍ୱାଦ ଖୁବ ନିଆରା । ରଞ୍ଜନଙ୍କ ଦୋକାନରେ ମିଳୁଛି ମ୍ୟାଙ୍ଗୋ ପାନ,ଷ୍ଟବେରୀ ପାନ,ଫାୟାର ପାନ,ଚକଲେଟ ପାନ,ବନାରସି ପାନ ଭଳି ବିଭିନ୍ନ ସ୍ୱାଦର ପାନ। ରଜ ସମୟରେ ଗୋଟିଏ ଗୋଟିଏ ପାନ ପାଂଚ ଟଙ୍କା ରୁ ଆରମ୍ଭ କରି ଶହେ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande