ରଥଯାତ୍ରା ଶୃଙ୍ଖଳିତ କରିବାକୁ ସଂସ୍କାରମୂଳକ ପଦକ୍ଷେପ, ଅଣ ସେବାୟତ ରଥ ଉପରେ ଚଢିଲେ ହେବେ ଗିରଫ
ଭୁବନେଶ୍ୱର, 15 ଜୁନ୍ (ହି.ସ.)- ରଥ ଯାତ୍ରା ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନ୍। ଚଳିତ ରଥଯାତ୍ରା ଶୃଙ୍ଖଳିତ କରିବାକୁ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି। ଅଣ ସେବାୟତ ରଥ ଉପରେ ଚଢିଲେ ଗିରଫ ହେବେ। ମୋବାଇଲ ମଧ୍ୟ ବ୍ୟାନ୍ କରାଯାଇଛି । ପହଣ୍ଡିର
ରଥଯାତ୍ରା ଶୃଙ୍ଖଳିତ     କରିବାକୁ ସଂସ୍କାରମୂଳକ ପଦକ୍ଷେପ, ଅଣ ସେବାୟତ ରଥ ଉପରେ ଚଢିଲେ ହେବେ ଗିରଫ


ଭୁବନେଶ୍ୱର, 15 ଜୁନ୍ (ହି.ସ.)- ରଥ ଯାତ୍ରା

ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନ୍। ଚଳିତ ରଥଯାତ୍ରା ଶୃଙ୍ଖଳିତ କରିବାକୁ ସଂସ୍କାର

ମୂଳକ ପଦକ୍ଷେପ ନିଆଯାଇଛି। ଅଣ ସେବାୟତ ରଥ ଉପରେ

ଚଢିଲେ ଗିରଫ ହେବେ। ମୋବାଇଲ ମଧ୍ୟ ବ୍ୟାନ୍

କରାଯାଇଛି । ପହଣ୍ଡିରେ କେଉଁ କେଉଁ ସେବାୟତ ରହିବେ ସେମାନଙ୍କ ତାଲିକା ପ୍ରସ୍ତୁତ ହେବ। ଘଣ୍ଟୁଆ

ସେବାୟତ ମାନଙ୍କ ତାଲିକା ବି ପ୍ରସ୍ତୁତ ହେବ। ଏନେଇ ନିଯୋଗ ଗୁଡ଼ିକ ତାଲିକା ପାଇଁ ସେବାୟତଙ୍କ

ନାଁ ଦେବେ। ଛତିଶା ନିଯୋଗ ସହ ଆଲୋଚନାରେ ନିଷ୍ପତ୍ତି ହୋଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande