ଫୁଲବାଣୀରେ ଆରଏସଏସ ପ୍ରାଥମିକ ବର୍ଗ ସମାରୋପ ଦଣ୍ଡ, ସୂର୍ଯ୍ୟ ନମସ୍କାର, ଯୋଗ, ପ୍ରାଣାୟାମ ଆଦି ଦିଆଗଲା ତାଲିମ
RSS PRATHAMA BARGA TRAINING IN PHULBANI
ଫୋଟ


କନ୍ଧମାଳ,୧୫ଜୁନ୍(ହି.ସ.)କନ୍ଧମାଳ ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଫୁଲବାଣୀ ସରସ୍ବତୀ ଶିଶୁ ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ ପ୍ରାଥମିକ ବର୍ଗ ସମାରୋପ ହୋଇଯାଇଛି । ପ୍ରାଥମିକ ବର୍ଗ ୫ ତାରିଖ ଠାରୁ ଆରମ୍ଭ ହୋଇ ୧୩ ତାରିଖ ସକାଳେ ଶେଷ ହୋଇଯାଇଛି । ବର୍ଗରେ ୧୪ ବର୍ଷରୁ ଅଧିକ ଯୁବକ ଯୋଗ ଦେଇ ଦଣ୍ଡ, ନିଃୟୁଧ, ସୂର୍ଯ୍ୟ ନମସ୍କାର, ସମତା, ଯୋଗ, ପ୍ରାଣାୟାମ – ପ୍ରଭୃତି ଶିକ୍ଷା ଲାଭ କରିବା ସହ ବୌଦ୍ଧିକ ବିକାଶ ପାଇଁ ବିଭିନ୍ନ ଚର୍ଚ୍ଚାରେ ସାମିଲ ହୋଇଥିଲେ । ବର୍ଗରେ ୩୪ ଜଣ ଶିକ୍ଷାର୍ଥୀ ଭାଗ ନେଇଥିଲେ । ଜିଲ୍ଲା ପ୍ରଚାରକ କର୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା କାର୍ଯ୍ୟବାହ ଅରବିନ୍ଦ ପ୍ରଧାନ ବର୍ଗକୁ ପରିଚାଳନା କରିଥିଲେ । ଅତିଥି ଭାବେ ମାନନୀୟ ଜିଲ୍ଲା ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ସହ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଶ୍ରୀଯୁକ୍ତ ନରେଶ ମହାନ୍ତି ବର୍ଗର ସର୍ବ ବ୍ୟବସ୍ଥା ପ୍ରମୁଖ ଭାବରେ ବର୍ଗର ସମସ୍ତ ବ୍ୟବସ୍ଥା କରୁଥିବା ବେଳେ ଉକ୍ତ ପ୍ରାରମ୍ଭିକ ବର୍ଗରେ

ମୁଖ୍ୟ ଶିକ୍ଷକ ଭାବେ ଜିଲ୍ଲା ଶାରୀରିକ ପ୍ରମୁଖ ସିଦ୍ଧେଶ୍ଵର ମଲ୍ଲିକ ଦାୟିତ୍ଵ ନିର୍ବାହ କରିଥିଲେ । ଫୁଲବାଣୀ ନଗରର କାର୍ଯ୍ୟକର୍ତ୍ତା ମାନେ ସକ୍ରିୟ ସହଯୋଗ କରିଥିଲେ।

ସମାରୋପ ଉତ୍ସବ ରେ ବିଭାଗ ପ୍ରଚାରକ ଶ୍ରୀମାନ ବିଜୟ କୁମାର ସାମଲ ଶିକ୍ଷାର୍ଥୀ ମାନଙ୍କୁ ସମାଜକୁ ସଂଗଠିତ କରିବା ସହ, ନିରନ୍ତର ଭାବରେ ନିଜକୁ ସମାଜ ସେବାରେ ଉତ୍ସର୍ଗୀକୃତ କରିବାକୁ ମାର୍ଗଦର୍ଶନ କରିଥିଲେ ଏବଂ ସେଥିପାଇଁ ନିଜକୁ ପୁର୍ଣ ରୂପରେ ପ୍ରସ୍ତୁତ କରିବା ଏହି ବର୍ଗର ଲକ୍ଷ୍ୟ ବୋଲି କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande