କେନ୍ଦ୍ରାପଡା, 15 ଜୁନ୍ (ହି.ସ.)କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗ୍ରାମର ଯାତାୟତ ରାସ୍ତା ଉପରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜାର ଜବରଦସ୍ତ ରାସ୍ତାକୁ ମାଡି ଘର କରୁଥିବାରୁ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗ୍ରାମବସୀ ମାନେ ତାଙ୍କ ଅଭିଯୋଗ ରେ ଦର୍ଶାଇଛନ୍ତି ଯେ, ଏହି ଗ୍ରାମକୁ ସ୍ଥାୟୀ ରାସ୍ତା ନଥିବା ଏବଂ ଜଳ ନିଷ୍କାସନ ହୋଇପାରୁ ନାହିଁ । ଏହି ରସ୍ତା ଉପରେ ଗୃହ ନିର୍ମାଣ ହେଲେ ଯାତାୟତ ର ଅସୁବିଧା ହେବା ସହ ସ୍ୁଲ ଗାଡି, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀକାଳୀ ଗାଡି ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ । ତେଣୁ ଜୋର ଜବରଦସ୍ତ ଘର କରୁଥିବା ଘରକୁ ବନ୍ଦ କରିବା ସହିତ ସ୍ଥାୟୀ ରାସ୍ତା ଓ ଜଳ ନିଷ୍କାସନ ବାଟ କରିବା ପାଇଁ ଭାନୁଶ୍ରୀ ନାୟକ, ଲକ୍ଷ୍ମୀପ୍ରିୟା ନାୟକ ଓ ଅନ୍ୟ ଗ୍ରାମବସୀ ମାନେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି