ଧର୍ମଶାଳା,୧୫ଜୁନ୍(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆଜି ଜଣ ଦିବ୍ୟାଙ୍ଗଙ୍କୁ ୨୬ ଗୋଟି ଈସାଇକଲ ବଂଟନ କରାଯାଇଛି । ନିର୍ବାଚନ ସମୟରେ ଧର୍ମଶାଳା ବିଧାୟକ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଦିବ୍ୟାଙ୍ଗ ମାନଙ୍କୁ ବ୍ୟାଟେରୀ ଚାଳିତ ସାଇକଲ ବଂଟନ କରାଯାଇଛି । ଜରାକା ସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ବିଜେପି ନେତା ଚନ୍ଦ୍ରମଣି ପଣ୍ଡିତଙ୍କ ସଂଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ଇସାଇକଲ ବଂଟନ କରିଥିଲେ. ପ୍ରତିଶ୍ରୁତି ଅନୁଯାୟୀ ଆଗକୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ୮୦ ଭାଗରୁ ଉର୍ଦ୍ଧ ଦିବ୍ୟାଙ୍ଗ ମାନଙ୍କୁ ଏଭଳି ଇସାଇକଲ ପ୍ରଦାନ କରାଯିବ ବୋଲି ବିଧାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କାହ୍ନୁ ଚରଣ ଦାଶ, ରାଜେଶ କୁମାର ପାଳ, ଅଭିଶେକ ରାଉତ, ତିର୍ଥରାଜ ପଣ୍ଡା, ଜିତେନ୍ଦ୍ର ରାଉତ, ଦେବଦତ ପଣ୍ଡା, ପଶାନ୍ତ ନାୟକ, ଉପେନ୍ଦ୍ର କର, ମୁରଲି ପାଣ୍ଡବ ଉପସ୍ଥିତ ରହି ପରିଚାଳନାରେ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ