ଯାଜପୁର ଜିଲ୍ଲାରେ ଡ଼ାଇରିଆ ସଂକ୍ରମଣ ସ୍ଥିତି ଅନୁଧ୍ୟାନ ପାଇଁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ଜୁନ୍ (ହି.ସ.) - ଯାଜପୁର ଜିଲ୍ଲାରେ ଡ଼ାଇରିଆ ସଂକ୍ରମଣ ଏବଂ ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଅବଗତ ହେବା ପାଇଁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ସେ ସ୍ଥିତିର ସମୀକ୍ଷା
ଯାଜପୁର ଜିଲ୍ଲାରେ ଡ଼ାଇରିଆ     ସଂକ୍ରମଣ ସ୍ଥିତି ଅନୁଧ୍ୟାନ ପାଇଁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ     ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 15 ଜୁନ୍ (ହି.ସ.)

- ଯାଜପୁର ଜିଲ୍ଲାରେ ଡ଼ାଇରିଆ

ସଂକ୍ରମଣ ଏବଂ ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଅବଗତ ହେବା ପାଇଁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ସେ ସ୍ଥିତିର ସମୀକ୍ଷା

କରିବା ସହିତ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା

ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରୋଗୀଙ୍କ ସମ୍ପର୍କୀୟଙ୍କୁ

ଭେଟି ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ରୋଗୀମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥସେବା ପ୍ରଦାନ କରିବା ପାଇଁ ଆମ ସରକାର

ସର୍ବଦା ତତ୍ପର ରହିଛି ଏବଂ ଏଥିପାଇଁ ସବୁପ୍ରକାର ସମ୍ଭବ ପ୍ରୟାସ କରିବୁ ବୋଲି ସେମାନଙ୍କୁ ଆଶ୍ଵାସନା ଦେଇଛି ବୋଲି ଡ.ମୁକେଶ ମହାଲିଙ୍ଗ

କହିଛନ୍ତି। ଏହି ଅବସରରେ ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ

ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ଶ୍ରୀ ହିଂମାଶୁ ଶେଖର ସାହୁ

ଓ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande