ଧର୍ମଶାଳା,୧୫ଜୁନ୍(ହି.ସ.) - ରାଜ୍ୟରେ ମୌସୁମୀ ପ୍ରବାହ ସାମାନ୍ୟ ସକ୍ରୀୟ ରହିଛି । ଫଳରେ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ତେବେ ଏହି ବର୍ଷା ଜଳ ଗ୍ରାମର ମୁଖ୍ୟ ରାସ୍ତାରେ ମହଜୁଦ ରହିବା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଫଳରେ ପ୍ରଶାସନ ଉପରେ ଲୋକଙ୍କ ଭରସା ରହୁ ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଂଚାୟତସ୍ଥ ସାନରାଏପଡ(ନୂଆଗାଁ) ୧ ନମ୍ବର ୱାର୍ଡରେ । ଏହି ସ୍ୱାର୍ଡରେ ଶହଶହ ପରିବାର ବସବାସ କରନ୍ତି । କିଛଇ ଦିନ ପୂର୍ବେ ଏହି ଗ୍ରାମକୁ ଯାତାୟତ ନିମନ୍ତେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । ହେଲେ ନିର୍ମାଣ ସମୟରେ ବ୍ୟାପକ ତୃଟି ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ହେଲେ କେହି ଏହି କଥାକୁ ଗୁରୁତର ସହ ନେଇ ନ ଥିଲେ । ନିର୍ମାଣ ସମୟରେ କଂକ୍ରିଟର ମଝି ଭାଗ ଖାଲୁଆ ରହିବା ସହ କିଛି ମୁଷ୍ଟିମେୟ ବ୍ୟକ୍ତି ରାସ୍ତା ଉପରେ ବେଆଇନଭାବେ ହମ୍ପସ ନିର୍ମାଣ କରିଛନ୍ତି । ଫଳରେ ଏହି ରାସ୍ତା ଉପରେ ମାସ ମାସ ଧରି ବର୍ଷା ଜଳ ମହଜୁଦ ରହୁଛି । ମଶା,ମାଛି ଓ ପୋକଙ୍କ ଉପଦ୍ରବ ବଡିଛି । ଏହି ପାଣିରେ ଯିବା ସମୟରେ କୁନିକୁନି ପିଲାମାନଙ୍କଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଟ ବ୍ୟକ୍ତି ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅନ୍ୟ ପକ୍ଷେ ପାଣି ପଚି ଯିବାରୁ ଅଂଚଳରେ ଦୃଗଦ୍ଧରେ ନାକ ଦେଇ ହେଉ ନାହିଁ । ଏହି ୱାର୍ଡରେ କଛିି ଦିନ ହେବ କିଛି ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏବେ ଜିଲାରେ ଝାଡାବାନ୍ତିକୁ ନେଇ ଭୟ ସୃଷ୍ଟି ହୋଇଛି । ଏନେଇ ୱାର୍ଡବାସୀ ଆଜି ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ଜିଲାରେ ଝାଡାବାନ୍ତି ପାଇଁ ବାୟିତ୍ୱରେ । ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ୱାର୍ଡବାସୀଙ୍କୁ କହିଥିଲେ । ଏନେଇ ୱାର୍ଡବାସୀ ଧର୍ମଶାଳା ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଡିଓ ସମାନ ଢଙ୍ଗରେ ନିଜ ପ୍ରତିକ୍ରୀୟା ଦେଇ ଘଟଣାକୁ ଏଡାଇ ଦେଇଥିଲେ । କୌଣସି ସୁଫଳ ନ ମିଳିବାରୁ ପ୍ରଶାସନ ଉପରେ ଜନସାଧାରଣଙ୍କ ଭରସା ତୁଟି ଯାଇଛି । ଅନ୍ୟପକ୍ଷରେ ଜିଲା ପ୍ରଶାସନର ଏଭଳି ଆଚରଣକୁ ନେଇ ନିକଟ ଭବିଷ୍ୟତରେ ଏକ ଜନ ଆନ୍ଦୋଳନ କରାଯିବ ବୋଲି ୱାର୍ଡବାସୀ ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ