ଧର୍ମଶାଳା,୧୫ଜୁନ୍(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଭୟପୁର ପଂଚାୟତ ଅନ୍ତର୍ଗତ ରତନପୁର ଗ୍ରାମରେ ରଜ ମହୋତ୍ସବ ପାଳିତ ହେଉଅଛି । ଏହି ମହୋତ୍ସବ ୫ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ୨୦୧୮ ମସିହାରେ ଆରମ୍ଭ ହେଇଥିବା ଏହି ମହୋତ୍ସବ ୮ ବର୍ଷରେ ପହଂଚିଛି । ଗ୍ରାମବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ବିଜେପି ପ୍ରଭାରୀ ମୁରଲୀ ପାଣ୍ଡବ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥି ଭାବେ ଏପିଜେ ଅବଦୁଲ କଲାମ ଇଂଟରନେସନାଲ ସ୍କୁଲ ନିର୍ଦ୍ଦେଶକ ମନୋଜ କୁମାର ରାଉତ ପ୍ରମୁଖ ଯୋଗଦେଇ ଓଡ଼ିଶାର ଗଣପର୍ବ ରଜ ଏବେ ଆଧୁନିକତାର ଶିକାର ହୋଇ ମଉଳି ଯାଇଛି । ଯାହାଫଳରେ ଗ୍ରାମାଂଚଳରୁ କ୍ରମଶଃ ଏହି ପର୍ବର ମହକ ହ୍ରାସ ପାଇବାକୁ ବସିଛି । ଏପରିସ୍ଥଳେ ରତନପୁର ଗ୍ରାମରେ ରଜ ମହୋତ୍ସବକୁ ନିଆରା ଢଙ୍ଗରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଶତପଥୀ ସଭାପତିତ୍ୱ କରିଥିଲେ । ଯୁବନେତା ତପନ ସେଠୀ, ବିଜୟ କୁମାର ରାଉତ, ଭଜମନ ରାଉତ, ନାରାୟଣ ବେହେରା,ସନ୍ତୋଷ ବେହେରା, ଲକ୍ଷ୍ମୀଧର ସାହୁ, ସନ୍ତୋଷ ଦାଶ ପ୍ରମୁଖ ଏହି ରଜ ମହୋତ୍ସବକୁ ପରିଚାଳନା କରୁଛନ୍ତି । ପୂର୍ବତନ ସରପଂଚ ଶ୍ୟାମସୁନ୍ଦର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଜୀତେନ୍ଦ୍ର ଶତପଥୀ ଧନ୍ୟବାଦ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ