କୋଲକାତା 17 ଜୁନ (ହି.ସ)-ଭାରତୀୟ ଜନତା ପାର୍ଟୀର ସାଂସଦ ଅଭିଜିତ
ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଛି।ଯେଉଁ ହସ୍ପିଟାଲରେ ସେ ଭର୍ତ୍ତୀ ହୋଇଛନ୍ତି ସେଠାରେ
ମଙ୍ଗଳବାର ସକାଳେ ଜାରି ବିବୃତ୍ତିରେ ଏହି ସୁଚନା ଦିଆଯାଇଛି।ଏଥିରେ କୁହାଯାଇଛି ଯେ 63 ବର୍ଷୀୟ
ଗାଙ୍ଗୁଲୀଙ୍କ ଏକ୍ୟୁଟ ପେକ୍ରିୟାଟାଇଟିସ ଏବଂ ପାଚନ ତନ୍ତ୍ରରେ ସଂକ୍ରମଣ(ଗ୍ୟାସଷ୍ଟ୍ରୋ
ସେସ୍ପିସ) ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା।ହସ୍ପିଟାଲ ପକ୍ଷରୁ ଜାରି ବିବୃତ୍ତି
ଅନୁସାରେ ତାଙ୍କୁ ଇଣ୍ଟେନସିଭ କେୟାର ୟୁନିଟ (ଆଇସିୟୁରେ )ରେ କଡା ପର୍ଯ୍ୟବେକ୍ଷଣରେ
ରଖାଯାଇଛି।ବିବୃତ୍ତିରେ କୁହାଯାଇଛି ଯେ ସେ ସ୍ଥିର ଅଛନ୍ତି ,କିନ୍ତୁ ତାଙ୍କ ଅବସ୍ଥା ଏବେ ବି
ଗମ୍ଭୀର ଏବଂ ତାଙ୍କୁ ନିରନ୍ତର ପର୍ଯ୍ୟବେକ୍ଷଣରେ ରଖାଯାଇଛି।ଭର୍ତ୍ତୀ ହେବାର ତୃତୀୟ ଦିନରେ
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଗତ 24 ଘଣ୍ଟାରେ ଉନ୍ନତି ଘଟିଛି।ଗାଙ୍ଗୁଲିଙ୍କ ଚିକିତ୍ସା ପାଇଁ
ଏକ ବହୁବିଧ ଡାକ୍ତରୀଦଳ ଗଠନ କରାଯାଇଛି ,ଯେଉଁଥିରେ ଆଭ୍ୟନ୍ତରୀଣ ଚିକିତ୍ସା ଏବଂ କ୍ରିଟିକାଲ
କେୟାର ବିଶେଷଜ୍ଞ ,ହୃଦରୋଗ ବିଶେଷଜ୍ଞ,ପଲ୍ମୋନୋଲୋଜିଷ୍ଟ ବିଶେଷଜ୍ଞ ,ଏଣ୍ଡ୍ରୋକାଇନୋଲୋଜିଷ୍ଟ,ଗ୍ୟାସଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ
ଏବଂ ପାଚନ ତନ୍ତ୍ର ସର୍ଜନମାନେ ଅନ୍ତର୍ଭୁକ୍ତ।ଏହି ଦଳ ତାଙ୍କ ଚିକିତ୍ସାର ସମନ୍ୱୟ ଏବଂ ବ୍ୟାପକ
ତଦାରଖ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା