4 Jul 2025, 12:16 HRS IST

ସୋନପୁର ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅଦ୍ଵିକା କିଶୋରୀ ଶୁଭଦ୍ରା ଓ ରଜ ରଙ୍ଗ ଦିବସ ପାଳନ
ସୁବର୍ଣ୍ଣପୁର, ୧୭ ଜୁନ୍ (ହି.ସ.)- ଆଜି ସୋନପୁର ବ୍ଲକ ମିଶନ ଶକ୍ତି ସଭା ଗୃହ ଠାରେ ସବ୍ ଡିଭିଜନ ସ୍ତରୀୟ ଅଦ୍ଵିକା କିଶୋରୀ ଶୁଭଦ୍ରା ଦିବସ ତଥା ରଜ ରଙ୍ଗ ଦିବସ ପାଳିତ ହୋଇଯାଇଛି l ସୋନପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସାଗରିକା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅ
*ସୋନପୁର ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅଦ୍ଵିକା କିଶୋରୀ ଶୁଭଦ୍ରା ଓ ରଜ ରଙ୍ଗ ଦିବସ  ପାଳନ*-


ସୁବର୍ଣ୍ଣପୁର, ୧୭ ଜୁନ୍ (ହି.ସ.)- ଆଜି ସୋନପୁର ବ୍ଲକ ମିଶନ ଶକ୍ତି ସଭା ଗୃହ ଠାରେ ସବ୍ ଡିଭିଜନ ସ୍ତରୀୟ ଅଦ୍ଵିକା କିଶୋରୀ ଶୁଭଦ୍ରା ଦିବସ ତଥା ରଜ ରଙ୍ଗ ଦିବସ ପାଳିତ ହୋଇଯାଇଛି l ସୋନପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସାଗରିକା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରକଳ୍ପ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅନିତା ଗୁରୁ, ସମ୍ମାନିତ ଅତିଥି ଭାବରେ ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନୁପମା ପଣ୍ଡା, ସୋନପୁର ବ୍ଳକ୍ ଉନ୍ନୟନ ଅଧିକାରୀ ପ୍ରତୀକ କୁମାର କର ଯୋଗଦେଇ ରଜ ପର୍ବର ମହତ୍ତ୍ଵ ଉପରେ ବୁଝାଇ କିଶୋରୀ ବାଳିକାଙ୍କୁ ଉତ୍ସାହିତ କରିଥିଲେ l ପ୍ରୋଗ୍ରାମ ଅଫିସର ସୁଦେଶ୍ନା ମେହେର, ବାସନ୍ତୀ ଭୋଇ, ପୋଷଣ ଜିଲ୍ଲା ସଂଯୋଜକ ସଞ୍ଜୀବ ମିଶ୍ର ମଧ୍ୟ ଯୋଗଦେଇ କିଶୋରୀ ବାଳିକାଙ୍କୁ ପ୍ରେରଣା ପ୍ରଦାନ କରିଥିଲେ l ସମସ୍ତ ସୁପର ଭାଇଜର, ପି.ଏ., ମମତା, ପୋଷଣ ବ୍ଲକ ସଂଯୋଜକ, ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଅଙ୍ଗନୱାଡ଼ି କର୍ମୀ ଓ କିଶୋରୀ ବାଳିକା ମାନଙ୍କ ଦ୍ବାରା ପ୍ରସ୍ତୁତ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ କରାଯାଇଥିଲା ଓ କିଶୋରୀ ବାଳିକା ମାନଙ୍କ ଦ୍ବାରା ପୁଚି ଖେଳ, ପାରମ୍ପରିକ ଓଡିଆ ନାଚ, ଓ ରାମ୍ପ ସୋ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା l କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l କିଶୋରୀ ବାଳିକା ମାନେ ରଜ ମୁକୁଟ ପରିଧାନ କରି ସେଲ୍ଫି ଷ୍ଟାଣ୍ଡରେ ଫଟୋ ନେଇ ରଜ ଦୋଳି ଖେଳି ରଜ ରଙ୍ଗ ପର୍ବର ଖୁବ ମଜା ନେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande