ଭୁବନେଶ୍ୱର, 4 ଜୁଲାଇ (ହି.ସ.)
- ପୁରୁଷ ବର୍ଗର
୫୦୦୦ ମି. ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ
ଜିତିଥିବା ଅଶୋକ ଦଣ୍ଡସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବର୍ମିଂହାମ୍, ୟୁଏସଏରେ ଆୟୋଜିତ ହେଉଥିବା ୱାର୍ଲ୍ଡ ପୋଲିସ୍ ଆଣ୍ଡ ଫାୟାର୍ ଗେମ୍ସ
୨୦୨୫ରେ ପୁରୁଷ ବର୍ଗର ୫୦୦୦ ମି.
ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ଅଶୋକ ଦଣ୍ଡସେନାଙ୍କୁ ଶୁଭେଚ୍ଛା ।
ଟୁର୍ଣ୍ଣାମେଂଟରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ସେ ଏଭଳି ବିଜୟ ଧାରା ଜାରି ରଖନ୍ତୁ
ଏବଂ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା