ଅହମଦାବାଦ ବିମାନ ଦୁର୍ଘଟଣା : ଅଦ୍ୟାବଧି ୧୩୫ ମୃତକଙ୍କ ଡିଏନଏ ନମୂନା ମିଶିଛି, ୧୦୧ ଶବ ପରିଜନଙ୍କୁ ହସ୍ତାନ୍ତର
ଅହମଦାବାଦ, ୧୭ ଜୁନ୍ (ହି.ସ.)- ଅହମଦାବାଦ ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୩୫ ଜଣ ମୃତକଙ୍କ ଡିଏନଏ ନମୂନା ମେଳକ ହୋଇଛି । ତନ୍ମଧ୍ୟରୁ ମୋଟ୍ ୧୦୧ ଶବ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମଙ୍ଗଳବାର ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ସିଭିଲ୍ ହସ୍ପିଟାଲର ଅଧିକ୍ଷକ ଡା. ର
ଅହମଦାବାଦ ବିମାନ ଦୁର୍ଘଟଣା : ଅଦ୍ୟାବଧି ୧୩୫ ମୃତକଙ୍କ ଡିଏନଏ ନମୂନା ମିଶିଛି, ୧୦୧ ଶବ ପରିଜନଙ୍କୁ ହସ୍ତାନ୍ତର


ଅହମଦାବାଦ, ୧୭ ଜୁନ୍ (ହି.ସ.)- ଅହମଦାବାଦ ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୩୫ ଜଣ ମୃତକଙ୍କ ଡିଏନଏ ନମୂନା ମେଳକ ହୋଇଛି । ତନ୍ମଧ୍ୟରୁ ମୋଟ୍ ୧୦୧ ଶବ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମଙ୍ଗଳବାର ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ସିଭିଲ୍ ହସ୍ପିଟାଲର ଅଧିକ୍ଷକ ଡା. ରାକେଶ ଯୋଶୀ । ଡା. ଯୋଶୀ କହିଛନ୍ତି ଯେ, ୧୨ ପରିବାର ଖୁବ୍ ଶୀଘ୍ର ନିଜ ନିଜ ଆତ୍ମୀୟଙ୍କ ପାର୍ଥିବ ଶରୀର ଗ୍ରହଣ କରିବେ । ଏବଂ ୫ ପରିବାର ସହିତ ହସ୍ପିଟାଲ ପ୍ରଶାସନ ଲଗାତାର ଯୋଗାଯୋଗରେ ଅଛନ୍ତି, ଯେତେବେଳେ କି ୧୭ ପରିବାର ଏବେ ବି ଅନ୍ୟ ସମ୍ପର୍କୀୟ ମାନଙ୍କ ଡିଏନଏ ମେଳକକୁ ଅପେକ୍ଷା କରିଛନ୍ତି ।

ଡା. ଯୋଶୀ କହିଛନ୍ତି ଯେ, ଡିଏନଏ ନମୂନା ମେଳକର ପ୍ରକ୍ରିୟା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଆଇନଗତ ଦିଗଗୁଡିକ ସହିତ ଜଡ଼ିତ ରହିଥିବା କାରଣରୁ ଏହାକୁ ସତର୍କତା ଏବଂ ଗମ୍ଭୀରତାର ସହିତ ସମ୍ପୂର୍ଣ୍ଣ କରାଯାଉଛି । ପରିଜନମାନଙ୍କୁ ଖୁବ୍ ଶୀଘ୍ର ସେମାନଙ୍କ ଆତ୍ମୀୟ ସ୍ୱଜନଙ୍କ ପାର୍ôଥବ ଶରିର ହସ୍ତାନ୍ତର ନିମନ୍ତେ ଫରେନସିକ୍ ସାଇନ୍ସ ୟୁନିଭରସିଟି, ଏହା ସହିତ ଜଡ଼ିତ ଅନ୍ୟ ସଂସ୍ଥା, ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ଅନ୍ୟ ବିଭାଗ ତଥା ବିଭିନ୍ନ ଏଜେନ୍ସୀମାନେ ଲଗାତାର ସକ୍ରିୟ ରୂପେ କାର୍ଯ୍ୟ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande