ମଣ୍ଡିର ପଟଡୀଘାଟରେ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ
ମଣ୍ଡି, 17 ଜୁନ (ହି.ସ)-ମଣ୍ଡି ଜିଲ୍ଲାର ରିୱାଲସର ଅଞ୍ଚଳର ପଟଡୀ -ଘାଟ କଳଖର ରାସ୍ତାରେ ଏକ ଘରୋଇ ବସ ଠାକୁର କୋଚ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 20 ଜଣ ଆହତ ହୋଇଥିବା ସୁଚନା ମିଳିଛି। ପ୍ରାପ୍ତ ସୁଚନା ଅନୁଯାୟୀ ଘରୋଇ ବସ ଠାକୁର କୋଚ ପଟଡୀଘାଟ-କଳଖର ରାସ୍ତାରେ ନିୟନ୍ତ୍ରଣ
ମଣ୍ଡିର ପଟଡୀଘାଟରେ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ


ମଣ୍ଡି, 17 ଜୁନ (ହି.ସ)-ମଣ୍ଡି ଜିଲ୍ଲାର ରିୱାଲସର ଅଞ୍ଚଳର ପଟଡୀ

-ଘାଟ କଳଖର ରାସ୍ତାରେ ଏକ ଘରୋଇ ବସ ଠାକୁର କୋଚ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 20 ଜଣ ଆହତ

ହୋଇଥିବା ସୁଚନା ମିଳିଛି। ପ୍ରାପ୍ତ ସୁଚନା ଅନୁଯାୟୀ ଘରୋଇ ବସ ଠାକୁର କୋଚ ପଟଡୀଘାଟ-କଳଖର ରାସ୍ତାରେ

ନିୟନ୍ତ୍ରଣ ହରାଇଟାଙ୍କି ଭିତରକୁ ଗଡିଯାଇଥିଲା।ଏହି

ବସ ବଳଦ୍ୱାଡାରୁ ମଣ୍ଡି ଯାଉଥିଲା।

ସୌଭାଗ୍ୟବଶତଃ ବସଟି କିଛି ଥର ଓଲଟି ପଡିଲା ଏବଂ ତଳେ ଘାସ

ଭିତରେ ଫସିଯାଇଥିଲା। ଏହି ଦୁର୍ଘଟଣାରେ 20 ଜଣ ଆହତ

ହୋଇଥିବା ଜଣାପଡିଛି। ଆହତଙ୍କୁ ନିକଟସ୍ଥ ରିୱାଲସର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ

ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଦୁର୍ଘଟଣାରେ ବସ ଡ୍ରାଇଭର ସମେତ ଅନ୍ୟଦୁଇଜଣ ଗାଡି ତଳେ ଫସି

ଯାଇଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଛି। ରିଲିଫ ଏବଂ ଉଦ୍ଧାର

କାର୍ଯ୍ୟ ଜାରି ରହିଛି।ଏପର୍ଯ୍ୟନ୍ତ ଦୁର୍ଘଟଣାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ସେ ବିଷୟରେ କୌଣସି

ସରକାରୀ ସୁଚନା ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande