ସିଲିଗୁଡ଼ିରେ ଛଅଟି ସ୍ଥାନରେ ଇଡି କରିଛି ଚଢାଉ
ସିଲିଗୁଡ଼ି, ଜୁନ୍ ୧୭ (ହି.ସ.)- ଆର୍ôଥକ ଠକେଇର ତଦନ୍ତ କରୁଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ ଦଳ ମଙ୍ଗଳବାର ସକାଳ ଠାରୁ ସିଲିଗୁଡ଼ିର ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସିଲିଗୁଡ଼ିର ଛଅଟି ସ୍ଥାନରେ ଚଢାଉ ଚାଲିଛି। ମଙ୍ଗଳବାର ସକାଳ ଠାରୁ ଇଡିର ବିଭିନ୍ନ ଦଳ ସିଲିଗୁଡ଼ିର ଖାଲପାଡା, ନ
ସିଲିଗୁଡ଼ିରେ ଛଅଟି ସ୍ଥାନରେ ଇଡି କରିଛି ଚଢାଉ


ସିଲିଗୁଡ଼ି, ଜୁନ୍ ୧୭ (ହି.ସ.)- ଆର୍ôଥକ ଠକେଇର ତଦନ୍ତ କରୁଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ ଦଳ ମଙ୍ଗଳବାର ସକାଳ ଠାରୁ ସିଲିଗୁଡ଼ିର ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସିଲିଗୁଡ଼ିର ଛଅଟି ସ୍ଥାନରେ ଚଢାଉ ଚାଲିଛି। ମଙ୍ଗଳବାର ସକାଳ ଠାରୁ ଇଡିର ବିଭିନ୍ନ ଦଳ ସିଲିଗୁଡ଼ିର ଖାଲପାଡା, ନତୁନପାଡା ଏବଂ ଲେକଟାଉନ ଅଂଚଳରେ ଛଅଟି ସ୍ଥାନରେ ଚଢାଉ କରୁଛନ୍ତି। ସୂତ୍ର ଅନୁଯାୟୀ, ଆର୍ôଥକ ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଉଛି। ଇଡି ନାଟୁନପାଡା ଅଂଚଳରେ ଦୁଇଟି ଘର, ଖାଲପାଡାରେ ତିନୋଟି ଏବଂ ଲେକଟାଉନରେ ଗୋଟିଏ ଘର ତଲାସୁଛି। ସକାଳ ଠାରୁ ଘର ସମ୍ମୁଖରେ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଇଡି ନାଟୁନପାଡା ଅଂଚଳରେ ମଧ୍ୟ ଚଢାଉ କରିଥିଲା। ସେଠାରୁ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande