ନୂଆଦିଲ୍ଲୀ 17 ଜୁନ (ହି.ସ)-ଘରୋଇ ସୁନା ବଜାରରେ ସୁନା ମୁଲ୍ୟରେ ଆଜି
ହ୍ରାସ ଘଟିଛି।ସୁନା ଆଜି 1050 ଟଙ୍କାରୁ ନେଇ 1140 ଟଙ୍କା ପ୍ରତି 10 ଗ୍ରାମ ପର୍ଯ୍ୟନ୍ତ ଶସ୍ତା
ହୋଇଛି।ମୁଲ୍ୟରେ ହ୍ରାସ ଯୋଗୁଁ ଆଜି ଦେଶର ଅଧିକାଂଶ ସରାଫା ବଜାରରେ 24 କ୍ୟାରେଟ ସୁନା
1,00,370 ଟଙ୍କାରୁ ନେଇ 1,00,520ଟଙ୍କା ପ୍ରତି 10 ଗ୍ରାମରେ ବ୍ୟବସାୟ କରାଯାଉଛି।ସେହିପରି 22
କ୍ୟାରେଟ ସୁନା ଆଜି 92000 ଟଙ୍କାରୁ ନେଇ 92,150 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି
ହେଉଛି।ସୁନାର ବିପରୀତ ଚାନ୍ଦିମୁଲ୍ୟରେ
ଆଜି100 ଟଙ୍କା ବୃଦ୍ଧି ଘଟିଛି,ଯାହା ଫଳରେ ଏହି
ଚମତ୍କାର ଧାତୁ ଦିଲ୍ଲୀ ସରାଫା ବଜାରରେ1,10,000 ଟଙ୍କା ପ୍ରତିକିଲୋଗ୍ରାମ
ସ୍ତରରେ ପହଁଞ୍ଚିଛି।ଦିଲ୍ଲୀରେ 22 କ୍ୟାରେଟ ସୁନା ଆଜି 1,00,520 ଟଙ୍କା ପ୍ରତି 10 ଗ୍ରାମ
ସ୍ତରରେ ବ୍ୟବସାୟ କରାଯାଉଥିବାବେଳେ 22 କ୍ୟାରେଟ ସୁନାର ମୁଲ୍ୟ 92,150 ଟଙ୍କା ପ୍ରତି 10
ଗ୍ରାମ ରେକର୍ଡ କରାଯାଇଛି।ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 24 କ୍ୟାରେଟ ସୁନା 1,00,370
ଟଙ୍କା ପ୍ରତି 10 ଗ୍ରାମ ଏବଂ 22 କ୍ୟାରେଟ ସୁନା 92,000 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ
ବିକ୍ରି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା