ମଣିପୁରରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଉଦ୍ଧାର,ଜଣେ ଉଗ୍ରବାଦୀ ଗିରଫ
ଇମ୍ଫାଲ 17 ଜୁନ (ହି.ସ)-ମଣିପୁର ପୋଲିସ ଗତ 24 ଘଣ୍ଟାରେ ବିଭିନ୍ନ ଅଞ୍ଚଳରେ କରାଯାଇଥିବା ସର୍ଚ୍ଚ ଅପରେସନସମୟରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ,ଗୋଳାବାରୁଦ ଏବଂ ଯୋଗାଯୋଗ ଉପକରଣ ଜବତ କରିଛି।ଏହା ସହିତ ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।ପୋଲିସ ମୁଖପାତ୍ର ମଙ୍ଗଳ
ମଣିପୁରରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଉଦ୍ଧାର,ଜଣେ ଉଗ୍ରବାଦୀ ଗିରଫ


ଇମ୍ଫାଲ 17 ଜୁନ (ହି.ସ)-ମଣିପୁର ପୋଲିସ ଗତ 24 ଘଣ୍ଟାରେ ବିଭିନ୍ନ

ଅଞ୍ଚଳରେ କରାଯାଇଥିବା ସର୍ଚ୍ଚ ଅପରେସନସମୟରେ

ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ,ଗୋଳାବାରୁଦ ଏବଂ ଯୋଗାଯୋଗ ଉପକରଣ ଜବତ କରିଛି।ଏହା ସହିତ ଜଣେ

ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।ପୋଲିସ ମୁଖପାତ୍ର ମଙ୍ଗଳବାର କହିଛନ୍ତି ଯେ ଥୌବଲ ଜିଲ୍ଲାର

ନୋଙ୍ଗପୋକ ସେକ୍ମାଇ ଥାନା ଅଞ୍ଚଳର ଲେଇରୋଙ୍ଗଥେଲ ପୀଟ୍ରା ଅଞ୍ଚଳର କେନାଲ ନିକଟରେ ପୋଲିସ

ସର୍ଚ୍ଚ ଅପରେସନ ସମୟରେ ଗୋଟିଏ .303 ରାଇଫଲ ଏବଂ ମ୍ୟାଗାଜିନ,ଗୋଟିଏ ଡୀବୀବୀଏଲ ଗନ,ଗୋଟିଏ 9

ମିମି ପିସ୍ତଲ ଏବଂ ମ୍ୟାଗାଜିନ,ଦୁଇଟି 9 ମିମି ଜୀବନ୍ତ କାରତୁସ,12 ବୋର କାରତୁସ,ଚାରୋଟି ଏଚଇ

ହ୍ୟାଣ୍ଡ ଗ୍ରେନେଡ(ନଂ 36),ଚାରୋଟି ଡେଟୋନେଟର,ଚାରୋଟି ଆର୍ମିଙ୍ଗ ରିଙ୍ଗ,ଦୁଇଟି ଏମକେ -111 ଏ2

ଗ୍ରେନେଡ ,ଦୁଇଟି ଷ୍ଟନ ଶେଲ(ଏନ),ତିନୋଟି ଟିୟର ସ୍ମୋକ ଶେଲ(ସଫ୍ଟ ନୋଜ) ,ଗୋଟିଏ ଟିୟର ସ୍ମୋକ

ସେଲ,(ଚିଲ୍ଲୀ) ତଥା ଦୁଇଟିବାଓଫେଙ୍ଗ ରେଡିଓ

ସେଟ ଚାର୍ଜର ଜବତକରିଛି।ସେହିପରି ଇମ୍ଫାଲ ୱେଷ୍ଟ

ଜିଲ୍ଲାର ପତ୍ସୋଇ ଥାନା ଅଞ୍ଚଳର ସଙ୍ଗଇ ଥେଲ ମାଖା ଲୋଇକାଇରୁ ଗୋଟିଏ 7.62 ମିମି ଏସଏଲଆର ରାଇଫଲ

ଏବଂ ଦୁଇଟି ମ୍ୟାଗାଜିନ ଜବତ କରାଯାଇଛି।ସଙ୍ଗଇଥେଲ ଏବଂ ହେଇବିଲୋକ ଅଞ୍ଚଳରୁ ପୋଲିସ ଗୋଟିଏ

ଏକ୍ସକ୍ୟାଲିବର ରାଇଫଲ (2ଟି ଜୀବନ୍ତ 5.56 ମିମି ରାଉଣ୍ଡ ସମେତ) ,ତିନୋଟି ବୋଲ୍ଟ -ଏକ୍ସନ

ରାଇଫଲ(ବିନା ମ୍ୟାଗାଜିନ),ଗୋଟିଏ ଦେଶୀ 9 ମିମି ପିସ୍ତଲ ଏବଂ ମ୍ୟାଗାଜିନ ,ଚାରୋଟି 12 ବୋର

ଜୀବନ୍ତକାରତୁସ ତଥା ଦୁଇଟି ବାଓଫେଙ୍ଗ

ୱାକି-ଟକି ଜବତ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande