ତେହେରାନରୁ ଭାରତୀୟ ଛାତ୍ରମାନଙ୍କୁ ସ୍ଥାନାନ୍ତର, ଅନ୍ୟ ଭାରତୀୟଙ୍କୁ ମଧ୍ୟ ସହର ଛାଡିବାକୁ ପରାମର୍ଶ
ନୂଆଦିଲ୍ଲୀ, ୧୭ ଜୁନ୍ (ହି.ସ.)- ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁଯାୟୀ, ସୁରକ୍ଷା କାରଣରୁ ଇରାନ୍ ର ରାଜଧାନୀ ତେହେରାନରୁ ଭାରତୀୟ ଛାତ୍ରମାନଙ୍କୁ ସହରର ବାହାରକୁ ନିଆଯାଉଛି ଏବଂ ଅନ୍ୟ ଭାରତୀୟ ମାନଙ୍କୁ ମଧ୍ୟ ସହର ବାହାରକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଇସ୍ରାଏଲ ଲଗାତାର ଇରାନ୍ କୁ ତା’ର ପରମା
ତେହେରାନରୁ ଭାରତୀୟ ଛାତ୍ରମାନଙ୍କୁ ସ୍ଥାନାନ୍ତର, ଅନ୍ୟ ଭାରତୀୟଙ୍କୁ ମଧ୍ୟ ସହର ଛାଡିବାକୁ ପରାମର୍ଶ


ନୂଆଦିଲ୍ଲୀ, ୧୭ ଜୁନ୍ (ହି.ସ.)- ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁଯାୟୀ, ସୁରକ୍ଷା କାରଣରୁ ଇରାନ୍ ର ରାଜଧାନୀ ତେହେରାନରୁ ଭାରତୀୟ ଛାତ୍ରମାନଙ୍କୁ ସହରର ବାହାରକୁ ନିଆଯାଉଛି ଏବଂ ଅନ୍ୟ ଭାରତୀୟ ମାନଙ୍କୁ ମଧ୍ୟ ସହର ବାହାରକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଇସ୍ରାଏଲ ଲଗାତାର ଇରାନ୍ କୁ ତା’ର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ୍ କରୁଛି । ଏହାର ଜବାବରେ ଇରାନ୍ ମଧ୍ୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି ।

ବୈଦେଶିକ ମନ୍ତ୍ରଣାଳୟ ଓ ଇରାନ୍ ର ଭାରତୀୟ ଦୂତାବାସ ଲଗାତାର ସ୍ଥିତି ଉପରେ ଅପଡେଟ୍ ଜାରି କରୁଛି । ଏ ସମ୍ବନ୍ଧରେ ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି ଯେ, ପରିବହନ ମାମଲାରେ ଆତ୍ମନିର୍ଭର ଅନ୍ୟ ନିବାସୀ ମାନଙ୍କୁ ମଧ୍ୟ ବଢୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରୁ ବାହାରକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ, କିଛି ଭାରତୀୟ ମାନଙ୍କୁ ଆର୍ମେନିୟା ର ସୀମା ମାଧ୍ୟମରେ ଇରାନ୍ ଛାଡିବାକୁ ସହାୟତା କରାଯାଇଛି । ଦୂତାବାସ ଯଥା ସମ୍ଭବ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୁଦାୟ ସହିତ ଲଗାତାର ଯୋଗାଯୋଗରେ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande