ନୂଆଦିଲ୍ଲୀ, ୧୭ ଜୁନ୍ (ହି.ସ.)- କୋଚୀରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ-୨୭୦୬କୁ ମଙ୍ଗଳବାର ସକାଳେ ଉଡ଼ାଣ ସମୟରେ ବୋମାର ଧମକ ନେଇ ବାର୍ତା ମିଳିଥିଲା । ଏହାପରେ ନାଗପୁରର ଡଃ. ବାବାସାହେବ ଅମ୍ବେଦକର ଆନ୍ତର୍ଜାତିକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ଅଫିସିଆଲ୍ ସୂତ୍ରରୁ କୁହାଯାଇଛି ଯେ, ଇଣ୍ଡିଗୋ ଏୟାରଲାଇନ୍ସର ଫ୍ଲାଇଟ୍ ସଂଖ୍ୟା ୬ଇ-୨୭୦୬ ସକାଳ ୯ଟା ୨୦ ରେ କେରଳର କୋଚିନ୍ ସ୍ଥିତ ଆନ୍ତର୍ଜାତିକ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା । ଇତିମଧ୍ୟରେ ଏହାକୁ ବୋମାର ଧମକ ମିଳିଥିଲା । ଏହାପରେ ବିମାନଟିକୁ ନାଗପୁର ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ବିମାନକୁ ଡଃ. ବାବାସାହେବ ଅମ୍ବେଦକର ଆନ୍ତର୍ଜାତିକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଜରୁରୀକାଳୀନ ଅବତରଣ ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ବିମାନଟିକୁ ନିରୀକ୍ଷଣ ନିମନ୍ତେ ଏକ ପୃଥକ୍ ସ୍ଥାନକୁ ନିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ