ରାଜା ରଘୁବଂଶୀ ହତ୍ୟାକାଣ୍ଡ-ରାଜ କୁଶୱାହାଙ୍କ ଦାବି -ସୋନମଙ୍କ ସହ କୌଣସି ପ୍ରେମ ସମ୍ପର୍କ ନ ଥିଲା ,ବଡ ଭଉଣୀ ମାନୁଥିଲି
ଶିଲାଙ୍ଗ 17 ଜୁନ (ହି.ସ)ମାଘାଳୟର ବହୁଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ନିରନ୍ତର ନୁଆ ଖୁଲାସା ହେଉଛି।ଏହା ମାମଲାକୁ ଆହୁରି ଜଟିଳ କରୁଛି।ଏହାରି ମଧ୍ୟରେ ସୋନମଙ୍କ କଥିତ ପ୍ରେମୀ ରାଜ କୁଶୱାହା ପୋଲିସ ପଚରାଉଚରା ସମୟରେ ଦାବି କରିଛନ୍ତି ଯେ ତାଙ୍କର
ରାଜା ରଘୁବଂଶୀ ହତ୍ୟାକାଣ୍ଡ-ରାଜ କୁଶୱାହାଙ୍କ ଦାବି -ସୋନମଙ୍କ ସହ କୌଣସି ପ୍ରେମ ସମ୍ପର୍କ ନ ଥିଲା ,ବଡ ଭଉଣୀ ମାନୁଥିଲି


ଶିଲାଙ୍ଗ 17 ଜୁନ (ହି.ସ)ମାଘାଳୟର

ବହୁଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ନିରନ୍ତର ନୁଆ ଖୁଲାସା ହେଉଛି।ଏହା

ମାମଲାକୁ ଆହୁରି ଜଟିଳ କରୁଛି।ଏହାରି ମଧ୍ୟରେ

ସୋନମଙ୍କ କଥିତ ପ୍ରେମୀ ରାଜ କୁଶୱାହା ପୋଲିସ ପଚରାଉଚରା ସମୟରେ ଦାବି କରିଛନ୍ତି ଯେ ତାଙ୍କର

ସୋନମଙ୍କ ସହ କୌଣସି ପ୍ରେମ ସମ୍ପର୍କ ନ ଥିଲା।ପୋଲିସ ସୁତ୍ର ଅନୁଯାୟୀ ସୋନମଙ୍କ କଥିତ ପ୍ରେମୀ

ରାଜ କୁଶୱାହା ପୋଲିସ ପଚରାଉଚରା ସମୟରେ ବାରମ୍ବାର ଦାବି କରିଛନ୍ତି ଯେ ସୋନମଙ୍କ ସହ ତାଙ୍କର

କୌଣସି ପ୍ରେମ ସମ୍ପର୍କ ନ ଥିଲା ,ବରଂ ସେ ତାଙ୍କୁ ବଡ ଭଉଣୀ ପରି ମାନୁଥିଲେ।ତଥାପି

ପୋଲିସ ସନ୍ଦେହ କରୁଛି ଯେ ଏହି ସମ୍ପୁର୍ଣ୍ଣ

ଭାଇ-ଭଉଣୀ ନାଟକ କେବଳ ସତ୍ୟକୁ ଲୁଚାଇବା ଏବଂ ତଦନ୍ତକୁ ଭ୍ରମିତ କରିବା ପାଇଁ ଏକ ଚାଲ।ରାଜ

ସୋନମଙ୍କଠାରୁ ପ୍ରାୟ ପାଞ୍ଚ ବର୍ଷ ସାନ।ପୋଲିସ ସନ୍ଦେହ କରୁଛି ଯେ ଏହି ସମ୍ପୁର୍ଣ୍ଣ ମାମଲା ତ୍ରିକୋଣୀୟ

ପ୍ରେମ ପ୍ରସଙ୍ଗ ସହ ଜଡିତ ହୋଇପାରେ।ଏହା ସହିତ ପୋଲିସ ଏହା ମଧ୍ୟ ସୁଚନା ପାଇଛି ଯେ ସୋନମ ଏବଂ

ରାଜ ହୱାଲା କାଣ୍ଡରେ ମଧ୍ୟ ସାମିଲ ହୋଇପାରନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande