ଜାତୀୟ ଜନଗଣନା କାର୍ଯ୍ୟ ଦେଶହିତରେ ସମୟ ଓ ସଚ୍ଚୋଟତାର ସହ ପୂରଣ ହେବା ଉଚିତ-ମାୟାବତୀ
ଲକ୍ଷ୍ନୌ, 17 ଜୁନ୍ (ହି.ସ.) -କେନ୍ଦ୍ର ସରକାର ଜାତୀୟ ଜନଗଣନା କରାଇବା ପାଇଁ ତାରିଖ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନେତାମାନେ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ପରିପ୍ରେକ୍ଷିରେ ବହୁଜନ ସମାଜ ପାର୍ଟି (ବିଏସପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ କହିଛନ୍ତି
ଜାତୀୟ ଜନଗଣନା କାର୍ଯ୍ୟ ଦେଶହିତରେ ସମୟ ଓ ସଚ୍ଚୋଟତାର ସହ ପୂରଣ ହେବା ଉଚିତ-ମାୟାବତୀ


ଲକ୍ଷ୍ନୌ, 17 ଜୁନ୍ (ହି.ସ.)

-କେନ୍ଦ୍ର ସରକାର ଜାତୀୟ

ଜନଗଣନା କରାଇବା ପାଇଁ ତାରିଖ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନେତାମାନେ ନିଜ ନିଜର

ପ୍ରତିକ୍ରିୟା ଦେଉଛନ୍ତି। ଏହି ପରିପ୍ରେକ୍ଷିରେ ବହୁଜନ ସମାଜ ପାର୍ଟି (ବିଏସପି)ର ରାଷ୍ଟ୍ରୀୟ

ଅଧ୍ୟକ୍ଷା ମାୟାବତୀ କହିଛନ୍ତି ଯେ,

ଜନକଲ୍ୟାଣ ସହିତ ସିଧାସଳଖ

ଭାବେ ସଂପୃକ୍ତ ଥିବା ଜାତୀୟ ଜନଗଣନା କାର୍ଯ୍ୟ ଦେଶହିତରେ ଏବେ ସଚ୍ଚୋଟତାର ସହ ସମ୍ପୂର୍ଣ୍ଣ ହେବା

ଉଚିତ। କେନ୍ଦ୍ର ସରକାର ଏହା ଉପରେ ଧ୍ୟାନ ଦିଅନ୍ତୁ ।

ବିଏସପି ମୁଖ୍ୟ ମାୟାବତୀ ମଙ୍ଗଳବାର ଏକ୍ସ (ପୂର୍ବତନ ଟ୍ୱିଟର) ରେ ଏକ ପୋଷ୍ଟ କରି କହିଛନ୍ତି,

“ବିଜେପି କେନ୍ଦ୍ରରେ 11

ବର୍ଷର କାର୍ଯ୍ୟକାଳ ସଂପର୍କରେ ଯେଉଁ ଅପାର ଉପଲବ୍ଧି ଗଣାଇଛି, ଯାହା ବାସ୍ତବରେ ତୃଣମୂଳସ୍ତରରେ ଲୋକଙ୍କର ଦାରିଦ୍ର୍ୟ, ବେକାରୀ , ଦୁଃଖ-ଦର୍ଦ ଆଦିକୁ କେତେ ଦୂର

କରିପାରିଛି, ଅର୍ଥାତ ଲୋକ ବା ଜନହିତରେ କେତେ

ଲାଭଦାୟକ ରହିଛିଏହାର ଉତ୍ତର ସଠିକ୍ ସମୟ ଆସିଲେ ଜନତା

ନିଜେ ଦେବେ।”

ସେଉଁଥିରେ ସେ କହିଛନ୍ତି ଯେ,

“ଦେଶରେ ଜାତୀୟ ଓ ଜାତୀୟ

ଆଧାରିତ ଜନଗଣନାର କାର୍ଯ୍ୟ କଂଗ୍ରେସ ଶାସନ ସମୟରୁ ଅପରିଣତ ଅବସ୍ଥାରେ ରହିଯାଇଥିଲା। ଏହା ପାଇଁ

ବହୁତ ଆବାଜ ଉଠିବା ପରେ ବର୍ତ୍ତମାନ ଏହି ମାମଲାରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଜନଗଣନାର

କାର୍ଯ୍ୟ ସମୟରେ ଓ ଇମାନଦାରୀ ସହିତ ସମ୍ପୂର୍ଣ୍ଣ ହେବା ଉଚିତ।”

ସେ କହିଛନ୍ତି ଯେ ଦେଶରେ ଜାତୀୟ ଓ ଜାତି ଆଧାରିତ ଜନଗଣନାର କାର୍ଯ୍ୟ କଂଗ୍ରେସ ଶାସନ ସମୟରୁ

ଝୁଲି ରହିଥିଲା। ଏଥିପାଇଁ ବହୁତ ଦିନ ଧରି ସ୍ୱର ଉଠିଇବା ପରେ ବର୍ତ୍ତମାନ ଏହି ମାମଲାରେ

ପ୍ରକ୍ରିୟା ଆରମ୍ଭ ହୋଇଛି। ଜନଗଣନାର ଏହି କାର୍ଯ୍ୟ ସମୟରେ ଓ ସଚ୍ଚୋଟତାର ସହିତ ସମ୍ପୂର୍ଣ୍ଣ

ହେବା ଉଚିତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande