ଚଳିତ ବର୍ଷ ପାକିସ୍ତାନ ଯିବନି ଶିଖ୍ ଶ୍ରଦ୍ଧାଳୁଙ୍କ ବ୍ୟାଚ
ଚଣ୍ଡିଗଡ, 17 ଜୁନ୍ (ହି.ସ.) - ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ନିଷ୍ପତି ନେଇଛି ଯେ ଶିଖ ଶ୍ରଦ୍ଧାଳୁମାନଙ୍କର ବ୍ୟାଚ ଏଥର ପାକିସ୍ତାନରେ ଥିବା ଗୁରୁଧାମଗୁଡ଼ିକୁ ଯାତ୍ରାରେ ଯିବନାହିଁ। ଏହି ସୂଚନା ମଙ୍ଗଳବାର ଦିନ ଏସଜିପିସିର ସଚିବ ପ୍ରତାପ ସିଂହ ଦେଇଛନ୍ତି। ଶେ
ଚଳିତ ବର୍ଷ ପାକିସ୍ତାନ ଯିବନି ଶିଖ୍ ଶ୍ରଦ୍ଧାଳୁଙ୍କ ବ୍ୟାଚ


ଚଣ୍ଡିଗଡ, 17 ଜୁନ୍ (ହି.ସ.) - ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ

କମିଟି ନିଷ୍ପତି ନେଇଛି ଯେ ଶିଖ

ଶ୍ରଦ୍ଧାଳୁମାନଙ୍କର ବ୍ୟାଚ ଏଥର ପାକିସ୍ତାନରେ ଥିବା ଗୁରୁଧାମଗୁଡ଼ିକୁ ଯାତ୍ରାରେ ଯିବନାହିଁ।

ଏହି ସୂଚନା ମଙ୍ଗଳବାର ଦିନ ଏସଜିପିସିର ସଚିବ ପ୍ରତାପ ସିଂହ ଦେଇଛନ୍ତି।

ଶେର ପଞ୍ଜାବ ମହାରାଜା ରଣଜିତ ସିଂହଙ୍କର ବାର୍ଷିକ ପୁଣ୍ୟତିଥି ଅବସରରେ ପ୍ରତିବର୍ଷ ଜୁନ୍‌

ମାସର ଶେଷ ସପ୍ତାହରେ ପାକିସ୍ତାନରେ ବିଶେଷ କାର୍ଯ୍ୟକ୍ରମ ହୁଏ। ପ୍ରତିବର୍ଷର ଭଳି, ଏହି ବର୍ଷ ମଧ୍ୟ ପାକିସ୍ତାନ ପକ୍ଷରୁ ଏହି କାର୍ଯ୍ୟକ୍ରମର ବିବରଣୀ ଏସଜିପିସିକୁ

ପଠାଯାଇଥିଲା। ଯାହା ଅନୁସାରେ 29 ଜୁନରେ ଭାରତୀୟ ଶିଖ ଶ୍ରଦ୍ଧାଳୁମାନଙ୍କର ବ୍ୟାଚ ପାକିସ୍ତାନ ଯାଇଥାନ୍ତେ।

ଏସଜିପିସିର ସଚିବ ପ୍ରତାପ ସିଂହ କହିଛନ୍ତି ଯେ ଶିଖ ଶ୍ରଦ୍ଧାଳୁମାନେ ପାକିସ୍ତାନ ଯିବା

ପାଇଁ ସେମାନଙ୍କର ପାସପୋର୍ଟ ଓ ଅନ୍ୟାନ୍ୟ ଦସ୍ତାବିଜ ଏସଜିପିସିପାଖରେ ଜମା କରିଥିଲେ। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଓ

ଏପର୍ଯ୍ୟନ୍ତ ଲାଗୁ ଥିବା କଟକଣାକୁ ଦୃଷ୍ଟିରେ ରଖି ଏସଜିପିସି ଏହି ବର୍ଷ ଶିଖ ଶ୍ରଦ୍ଧାଳୁମାନଙ୍କୁ

ପାକିସ୍ତାନ ନ ପଠାଇବାକୁ ନିଷ୍ପତ୍ତି ନେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande