ଏବେ ମାନେସର ପ୍ଲାଂଟରୁ ହିଁ ଟ୍ରେନରେ ଲୋଡ୍ ହୋଇପାରିବ କାର୍, ଗତିଶକ୍ତି ମଲ୍ଟି ମଡେଲ କାର୍ଗୋ ଟର୍ମିନାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ
ଗୁରୁଗ୍ରାମ, 17 ଜୁନ୍ (ହି.ସ.)- ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର କାରଗୁଡ଼ିକୁ ଏବେ ତାର ମାନେସର ପ୍ଲାଣ୍ଟ ଭିତରୁ ସିଧାସଳଖ ଭାବରେ ରେଳ ଉପରେ ଲୋଡ୍ କରିପାରିବ। ୱେଷ୍ଟର୍ନ ଫ୍ରଟ କରିଡର ଆରମ୍ଭ ହେବା ସହିତ ମାରୁତି ସହିତ ଅନ୍ୟାନ୍ୟ ସାମଗ୍ରୀ ପରିବହନ କାର୍ଯ୍ୟରେ ମଧ୍ୟ ଗତି ଆସି
ଏବେ ମାନେସର ପ୍ଲାଂଟରୁ ହିଁ ଟ୍ରେନରେ ଲୋଡ୍ ହୋଇପାରିବ କାର୍, ଗତିଶକ୍ତି ମଲ୍ଟି ମଡେଲ     କାର୍ଗୋ ଟର୍ମିନାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ


ଗୁରୁଗ୍ରାମ, 17 ଜୁନ୍ (ହି.ସ.)- ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର କାରଗୁଡ଼ିକୁ ଏବେ ତାର ମାନେସର

ପ୍ଲାଣ୍ଟ ଭିତରୁ ସିଧାସଳଖ ଭାବରେ ରେଳ ଉପରେ ଲୋଡ୍ କରିପାରିବ। ୱେଷ୍ଟର୍ନ ଫ୍ରଟ କରିଡର ଆରମ୍ଭ

ହେବା ସହିତ ମାରୁତି ସହିତ ଅନ୍ୟାନ୍ୟ ସାମଗ୍ରୀ ପରିବହନ କାର୍ଯ୍ୟରେ ମଧ୍ୟ ଗତି ଆସିବ। ଏହାର

ସବୁଠୁ ବଡ଼ ଲାଭ ସାଧାରଣ ଲୋକ ଓ ଶିଳ୍ପ କ୍ଷେତ୍ର ପାଇଁ ମିଳିବ। ମାରୁତି ପ୍ଲାଣ୍ଟ ମାନେସରରୁ ୱେଷ୍ଟର୍ନ

ଫ୍ରଟ୍ କରିଡର ଅନ୍ତର୍ଗତ ମାରୁତି-ପାତଳି ଟ୍ରାକ୍‌ର ଶୁଭାରମ୍ଭ ହୋଇଛି।

ମଙ୍ଗଳବାର ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଓ କେନ୍ଦ୍ରୀୟ ରେଳମନ୍ତ୍ରୀ

ଅଶ୍ୱିନୀ ବୈଷ୍ଣବ ମାରୁତି ପ୍ଲାଣ୍ଟ ମାନେସରରୁ ୱେଷ୍ଟର୍ନ ଫ୍ରଟ୍ କରିଡରର ମାରୁତି-ପାତଳି

ଟ୍ରାକ୍‌କୁ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି। ଏହି ଗତିଶକ୍ତି ମଲ୍ଟି ମଡେଲ କାର୍ଗୋ

ଟର୍ମିନାଲ୍ ଭାରତର ଏକ ବଡ଼ ଟର୍ମିନାଲ୍ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande