ଭାଷା ମାମଲାରେ କୌଣସି ଦେଶ ଭାରତ ପରି ସମୃଦ୍ଧ ନୁହେଁ- ଉପରାଷ୍ଟ୍ରପତି
ପୁଡୁଚେରୀ, 17 ଜୁନ୍ (ହି.ସ.)- ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ ମଙ୍ଗଳବାର କହିଛନ୍ତି ଯେ ଭାରତ ବିଶ୍ୱରେ ଏକ ମହତ୍ୱାକାଂକ୍ଷୀ ଦେଶ ଅଟେ ଓ ତାହା ଭାଷା ପ୍ରସଙ୍ଗରେ ବିଭାଜନକୁ ବରଦାସ୍ତ କରିପାରିବ ନାହିଁ। ଉପରାଷ୍ଟ୍ରପତି ପୁଡୁଚେରୀର ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ଉଦ୍‌ବୋଧନ
ଭାଷା ମାମଲାରେ କୌଣସି ଦେଶ ଭାରତ ପରି ସମୃଦ୍ଧ ନୁହେଁ- ଉପରାଷ୍ଟ୍ରପତି


ପୁଡୁଚେରୀ, 17 ଜୁନ୍ (ହି.ସ.)- ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ ମଙ୍ଗଳବାର କହିଛନ୍ତି ଯେ ଭାରତ ବିଶ୍ୱରେ ଏକ

ମହତ୍ୱାକାଂକ୍ଷୀ ଦେଶ ଅଟେ ଓ ତାହା ଭାଷା ପ୍ରସଙ୍ଗରେ ବିଭାଜନକୁ ବରଦାସ୍ତ

କରିପାରିବ ନାହିଁ। ଉପରାଷ୍ଟ୍ରପତି ପୁଡୁଚେରୀର ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ଉଦ୍‌ବୋଧନ

ଦେଇଛନ୍ତି। ସେ କାହାର ନାମ ନ ନେଇ ଭାଷା ବିରୋଧକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ସେ କହିଛନ୍ତି

ଯେ ଗତ ଦଶକରେ ଅଭୂତପୂର୍ବ ବିକାଶର ଫଳସ୍ୱରୂପ ଭାରତ ବିଶ୍ୱର

ସବୁଠାରୁ ମହତ୍ୱାକାଂକ୍ଷୀ ରାଷ୍ଟ୍ର ଅଟେ, ଆମେ ଭାଷାକୁ ନେଇ କିପରି ବିଭାଜିତ ହୋଇପାରିବୁ। ଭାଷା ମାମଲାରେ ବିଶ୍ୱର କୌଣସି ଦେଶ ଭାରତ

ତୁଳନାରେ ଏତେ ସମୃଦ୍ଧ ନୁହେଁ। ସଂସ୍କୃତର ବିଶ୍ୱ ମହତ୍ତ୍ୱ ଅଛି ଓ ଏହା ସହିତ ତାମିଲ୍,

ତେଲୁଗୁ, କନ୍ନଡ, ମଲୟାଳମ, ଓଡ଼ିଆ, ମରାଠୀ, ପାଳୀ, ପ୍ରାକୃତ, ବଙ୍ଗାଳୀ ଓ ଅସମିଆ ସହିତ 11ଟି ଶାସ୍ତ୍ରୀୟ ଭାଷା ଅଛି। ସେ କହିଛନ୍ତି ଯେ ସଂସଦରେ ସଦସ୍ୟମାନଙ୍କୁ

22ଟି ଭାଷାରେ ଆଲୋଚନା କରିବାକୁ ଅନୁମତି ମିଳିଥାଏ। ଆମର ଭାଷା ସମାବେଶିତାର ସଙ୍କେତ ଦେଇଥାଏ।

ସନାତନ ମହାନ ଉଦ୍ଦେଶ୍ୟ ପାଇଁ ଏକଜୁଟ ହେବାକୁ ଶିଖାଇଥାଏ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande