ରାଜକିଶୋର ପାଢ଼ୀ ଏବଂ ସୁବ୍ରତ ସେନାପତିଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୧୮ ଜୁନ (ହି.ସ.) - କେନ୍ଦ୍ର ବାଲ୍ ସାହିତ୍ୟ ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ରାଜକିଶୋର ପାଢ଼ୀ ଏବଂ ସୁବ୍ରତ କୁମାର ସେନାପତିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖ
ରାଜକିଶୋର ପାଢ଼ୀ ଏବଂ ସୁବ୍ରତ ସେନାପତିଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ୧୮ ଜୁନ (ହି.ସ.) - କେନ୍ଦ୍ର ବାଲ୍ ସାହିତ୍ୟ ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ରାଜକିଶୋର ପାଢ଼ୀ ଏବଂ ସୁବ୍ରତ କୁମାର ସେନାପତିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି କବିତା “କେତେ ଫୁଲ ଫୁଟିଛି” ପାଇଁ କେନ୍ଦ୍ର ବାଲ୍ ସାହିତ୍ୟ ପୁରସ୍କାର – ୨୦୨୫ ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ରାଜକିଶୋର ପାଢ଼ୀ ଏବଂ କ୍ଷୁଦ୍ର ଗଳ୍ପ “କଦମ୍ବ ବନ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର - ୨୦୨୫ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସୁବ୍ରତ କୁମାର ସେନାପତିଙ୍କୁ ଶୁଭେଚ୍ଛା । ଉଭୟଙ୍କ ଏହି ସଫଳତା ଆମ ରାଜ୍ୟ ପାଇଁ ଗୌରବ । ସାହିତ୍ୟ କ୍ଷେତ୍ରରେ ଉଭୟଙ୍କ ଲେଖନୀ ଚାଳନା ଯୁବପିଢିଙ୍କୁ ଲେଖିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ମୋର ବିଶ୍ୱାସ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande