ଧର୍ମଶାଳା,୧୮ଜୁନ୍ (ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ସଭାଗୃହ ପରିସରରେ ଆଜି ସ୍ୱତନ୍ତ୍ର ଅଧିବେଶନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା,ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁ,କୋରାଇ ବିଧାୟକ ଆକାଶ ଦାସନାୟକଙ୍କ ପ୍ରତିନିଧି, ପଂଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ,ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ପଂଚାୟତର ଲୋକପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ଜିଲାରେ ବ୍ୟାପୁଥିବା ଡାଇରିଆକୁ କିପରି ମୁକାବିଲା କରିବା ଓ ଜନସାରଣଙ୍କୁ ସଚେତନ କରାଇବା ସହ ପାନୀୟ ଜଳ ଉପରେ ବିଶେଷ ଗୁରୁତ୍ୱ ଦିଆ ଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ