ଜୟପୁର, ୦୨ ଜୁନ୍ (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ଠାରେ ପଂଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଏବିଡିଓ ମନୋଜ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରି କେଏସ ନିଶା, ଏପିଓ ସନ୍ତୋଷି ମହାପାତ୍ର ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ରହି ରାସ୍ତା ନିର୍ମାଣ ଆଦି ଅଭିଯୋଗ ହୋଇଥିଲା । ଏହା ସହ ଉପସ୍ଥିତ ଅଧିକାରି ମାନେ ବିଭିନ୍ନ ସରକାରୀ ଯୋଜନା ର ଲାଭ କିପରି ପାଇବେ ସେ ନେଇ ସଚେତନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି